ଜେଲରେ ସ୍ବାମୀଙ୍କୁ ଦେଖି ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ

ଭାଗଲପୁର: ଜେଲରେ ଥିବା ସ୍ବାମୀଙ୍କୁ ଭେଟିବାକୁ ଯାଇ ସ୍ତ୍ରୀ ମୃତ । ସ୍ବାମୀଙ୍କୁ ଦେଖିବା ମାତ୍ରେ ବେହୋସ ହୋଇଗଲେ ପତ୍ନୀ । ଏହା ପରେ ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏମିତି କିଛି ଖବର ଆସିଛି ବିହାର ଭାଗଲପୁରରୁ । ପତ୍ନୀ ୮ ମାସର ଗର୍ଭବତୀ ଥିଲେ । ୨୭ ଜୁନରେ ତାଙ୍କର ଡେଲିଭରୀ ହେବାର ଥିଲା । ଏହି ଘଟଣାରେ ମହିଳାଙ୍କ ଦିଅର ପୋଲିସ୍ ପ୍ରଶାସନକୁ ଦୋଷ ଦେଇଛନ୍ତି ।

ସୂଚନା ଅନୁସାରେ, ଘଟଣାଟି ଗତ ୬ ତାରିଖ ଭାଗଲପୁର କେନ୍ଦ୍ରୀୟ କାରାଗାରରେ ଘଟିଛି ।  ଭାଗଲପୁରରେ ରହୁଥିବା ଗୁଡୁ ଯାଦବଙ୍କ ବିବାହ ୨ ବର୍ଷ ପୂର୍ବରୁ ହୋଇଥିଲା । ପଲ୍ଲବୀ ଏବଂ ଗୁଡୁ ପ୍ରେମ ବିବାହ କରିଥିଲେ । ପଲ୍ଲବୀ ୮ ମାସର ଗର୍ଭବତୀ ଥିଲେ । ହତ୍ୟା କରିବା ପ୍ରୟାସରେ ଗୁଡୁ ଜେଲରେ ଥିଲା ।

ପତ୍ନୀ ତାଙ୍କୁ ଜେଲରେ ଭେଟିବାକୁ ଯାଇଥିଲେ । ଗୁଡୁଙ୍କୁ ଦେଖିବା କ୍ଷଣି ପଲ୍ଲବୀ ବେହୋସ ହୋଇଯାଇଥିଲେ । ପଲ୍ଲବୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।