ଏମିତି ବି ମୃତ୍ୟୁ ଆସେ! କୁକୁର କାମୁଡ଼ିଥିବା ଏକ ଗାଈର କ୍ଷୀର ପିଇବା ପରେ ମହିଳାଙ୍କ ପ୍ରାଣବାୟୁ ଉଡ଼ିଗଲା
1 min read
ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସେ, ତାହା କେହି କହିପାରିବେ ନାହିଁ । ସାଧାରଣ ଭାବେ ଗାଈକୁ ଆମେ ଗୋ-ମାତା ଭାବେ ପୂଜା କରୁଥିବା ବେଳେ ତା’ର କ୍ଷୀର ମଧ୍ୟ ପବିତ୍ର ହୋଇଥାଏ । ସେଥିପାଇଁ ଗାଈ କ୍ଷୀରକୁ ପୂଜାର୍ଚ୍ଚନା କାର୍ଯ୍ୟରେ ବ୍ୟବହାର କରାଯିବା ସହ ତା’ କ୍ଷୀରକୁ ଆମେ ସମସ୍ତେ ପିଇଥାଉ । ତେବେ ଗାଈ କ୍ଷୀର ପିଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ । ଗାଁରେ ରହୁଥିବା ଜଣେ ମହିଳା ଗାଈ କ୍ଷୀର ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ରେବିଜରେ ସଂକ୍ରମିତ ଥିବା ଗୋଟିଏ ଗାଈର କ୍ଷୀର ପିଇବା ଜଣେହିଳାଙ୍କ ମୃତ୍ୟୁ ଘଟିଛି । ସେହି ଗାଈଟିକୁ କୁକୁର କାମୁଡ଼ିଥିଲା । ମହିଳାଙ୍କ ମୃତ୍ୟୁ ଖବର ପରିବାର ସମେତ ସାରା ଗାଁରେ ଶୋକର ଲହରୀ ଖେଳାଇ ଦେଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ମହିଳା ଜଣଙ୍କ ଯେଉଁ ଗାଈର କ୍ଷୀର ପିଇଥିଲେ, ସେ ରେବିଜରେ ସଂକ୍ରମିତ ଥିଲା । ପ୍ରକୃତ କଥା ହେଉଛି, ଗାଈଟିକୁ ଗୋଟିଏ ପାଗଳ କୁକୁର କାମୁଡ଼ିଥିଲା । ଫଳରେ ଗାଈଟି ରେବିଜରେ ସଂକ୍ରମିତ ହୋଇଯାଇଥିଲା । ରେବିଜର ସଂକ୍ରମଣ ଗାଈର କ୍ଷୀର ମାଧ୍ୟମରେ ମହିଳାଙ୍କ ଶରୀରରେ ବ୍ୟାପି ଯାଇଥିଲା । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଗାଈଟିକୁ ୨ ମାସ ପୂର୍ବରୁ ଏକ ବାଛୁରୀକୁ ଜନ୍ମ ଦେଇଥିଲା । ଦେଢ଼ ମାସ ପୂର୍ବରୁ ଗାଈ ଠାରେ ରେବିଜର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ପଶୁ ଚିକିତ୍ସକ ରେବିଜ ବାବଦରେ ସୂଚନା ଦେଇଛନ୍ତି ।