ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ। ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇଛି ମୃତଦେହ । ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତ ମହିଳାଙ୍କ ହେଲେ ତୃପ୍ତି ଦାସ। ତାଙ୍କର ବୟସ ପାଖାପାଖି ୪୦ ବର୍ଷ ହେବ। ନୟାପଲ୍ଲୀ ଅଂଚଳରେ ତାଙ୍କର ଘର। ଜୟଦେବ ବିହାରର ଏକ ମନ୍ଦିରକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୃପ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଏକ ମିସିଂ ଏତଲା ହୋଇଥିଲା।
ତେବେ ମହିଳା ଜଣଙ୍କ ମାନସିକ ବିକାରଗସ୍ତ ଥିବା କହିଛନ୍ତି ପରିବାର ଲୋକେ। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତରେ ପରିବାର ଲୋକେ ସହଯୋଗ କରୁଥିବା କହିଛି ପୋଲିସ।