ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ମେଡିକାଲ ପହଞ୍ଚି ନପାରି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ସାଲେପୁର: ୧୦୮ ପାଇଁ ଚାଲିଗଲା ଜୀବନ । ଆଖି ବୁଜିଲେ ମହିଳା । ଛାତିରେ ଯନ୍ତ୍ରଣା ହେବାରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗାର ଗାଁର ସେବତୀ ପୃଷ୍ଟିଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିବା ବାଟରେ ହିଁ ତେଲ ସରିଗଲା । ଫଳରେ ଠିକ୍ ସମୟରେ ନିଶ୍ଚିନ୍ତକୋଇଲି ମେଡିକାଲରେ ପହଞ୍ଚି ପାରିଲେନି ସେବତୀ ।ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ଏକ କିଲୋମିଟରରେ ଦୂରରେ ଅଟକି ରହିଲା । ଆଉ ୨ ଘଣ୍ଟା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ । ସେଥିରେ ସେବତୀଙ୍କୁ ମେଡିକାଲ ନିଆଗଲା । ହେଲେ, ଡେରି ହୋଇଯାଇଥିବାରୁ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply