ମହଙ୍ଗା ପଡ଼ିଲା ଅସଦାଚରଣ; ବନ୍ଧା ହେଲେ ସରକାରୀ ବାବୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌର ବାପୁ ଭବନରେ ଜଣେ ସଚିବ ସ୍ତରୀୟ ଅଧିକାରୀ ଗିରଫ ହୋଇଛନ୍ତି । ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଘଟଣାରେ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛି ଇଚ୍ଛାରାମ ଯାଦବ ଯିଏକି ସଂଖ୍ୟାଲଘୁ କଲ୍ୟାଣ ବିଭାଗରେ କାର୍ଯ୍ୟ କରୁଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ୨୦୧୮ ମସିହାରୁ ହଇରାଣ କରୁଛନ୍ତି ଓ ଅସଦାଚରଣ କରୁଛନ୍ତି । ଯଦି ଏ ଘଟଣା ସମ୍ପର୍କରେ ସେ ଅଭିଯୋଗ କଲେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ ବୋଲି ଧମକ ଦିଆଯାଇଥିଲା । ତେବେ ସେ ସାହାସ ଉଠାଇ ଅଭିଯୁକ୍ତ ଇଚ୍ଛାରାମ ଯାଦବଙ୍କ ଭିଡିଓ ପ୍ରସ୍ତୁତ କରିଥିଲା ।

ଏହାପରେ ମହିଳା ଜଣଙ୍କ ଅକ୍ଟୋବର ୨୯ରେ ହୁସେନଗଞ୍ଜ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଥିଲେ । ମହିଳା ଜଣଙ୍କ ପ୍ରମାଣ ପାଇଁ ପୋଲିସକୁ ଏକାଧିକ ଭିଡିଓ ଦେଇଥିଲେ । ଭିଡିଓରେ ସବୁ ପ୍ରମାଣ ଥିବା ସତ୍ତ୍ବେ ପୋଲିସ ଇଚ୍ଛାରାମ ଯାଦବଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲେ । କାରଣ ସେ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ତେଣୁ ଶେଷରେ ସେ ସବୁ ଭିଡିଓକୁ ଭାଇରାଲ କରିବାକୁ ବାଧ୍ୟ ହୋଇଥିଲେ । କେନ୍ଦ୍ରୀୟ ଏଡିସିପି ଖୟାତି ଗର୍ଗଙ୍କ କହିବା ଅନୁଯାୟୀ ଅକ୍ଟୋବର ୨୯ରେ ମହିଳାଙ୍କ କହିବା ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି । ମହିଳା ଜଣଙ୍କ ବିବୃତ୍ତି ରେକର୍ଡ କରିବାକୁ ଉକ୍ତ ମହିଳାଙ୍କୁ କିଛି ଥର ଡକାଯାଇଥିଲା । ଉଭୟ ପକ୍ଷର ପ୍ରମାଣକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୟାତି ଗର୍ଗ ।

Leave a Reply