spot_img

Latest Posts

Myanmar Coup: ମହିଳା ଏରୋବିକ୍ସ ନାଚୁଥିଲେ, ପଛରେ ସଂସଦ ଉପରେ କବଜା କରିନେଲା ସେନା: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ମିଆଁମାରରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଏଥିସହ ଦେଶକୁ ପୁଣି ଫେରିଛି ସାମରିକ ଶାସନ। ଦେଶରେ ଏକ ବର୍ଷ ପାଇଁ ଏମରଜେନ୍ସି ଘୋଷଣା କରିଛି ମିଆଁମାର ସେନା। ଦେଶର ବାସ୍ତବିକ ନେତ୍ରୀ ଆଙ୍ଗ ସାନ ସୁ କି ଗୃହବନ୍ଦୀ ହୋଇଛନ୍ତି। ରାଷ୍ଟ୍ରପତି ୱିନ ମିଣ୍ଟ ମଧ୍ୟ ଏବେ ସେନା କବଜାରେ ରହିଛନ୍ତି। ଦେଶକୁ ସେନା ନିଜ କବଜାରେ ନେବା ସମୟର ଏକ ଲାଇଭ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଡ୍ୟାନ୍ସ କରି  ଭିଡିଓ କରୁଥିବାବେଳେ ପଛପଟେ ସେନା ଦେଶକୁ କବଜା କରୁଥିବାର ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଛି।

ଟ୍ୱିଟରରେ ଶେଆରି କରାୟାଇଥିବା ଏବି ଭିଡିଓକୁ ଏବେ ପର୍ଯ୍ୟନ୍ତ ପାଖାପାଖି ୮୦ ଲକ୍ଷରୁ ଅଧିକ ଥର ଦେଖାସରିଥିବାବେଳେ ୩୬ ହଜାରରୁ ଅଧିକଥର ରିଟ୍ୱିଟ୍ କରାଯାଇଛି। ଭିଡିଓକୁ ଦେଢ଼ କୋଟିରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି। ଏହି ଭିଡିଓରେ ଜଣେ ମିଆଁମାରର ସଂସଦ ସମ୍ମୁଖରେ ଏରୋବିକ୍ସ ଡ୍ୟାନ୍ସ କରି  ଭିଡିଓ କରୁଛନ୍ତି । ତେବେ ତାଙ୍କ ପଛରେ ଏହି ସମୟରେ ମିଆଁମାର ସେନା ସଂସଦ ଉପରେ କବଜା କରିବାକୁ ଯାଉଛନ୍ତି। ଖିଙ୍ଗ ହନିନ୍ ମାନକ ଏହି ମହିଳା ଜଣକ ଜଣେ ଶାରୀରିକ ଶିକ୍ଷା ଗୁରୁ। ତାଙ୍କୁ ଆଦୌ ଜଣାପଡ଼ିଲାନି ଯେ ସେ ଡ୍ୟାନ୍ସ କ୍ଲାସ କରୁ କରୁ ତଚାଙ୍କ ପଛରେ ଦେଶରେ ସେନା ଜମାଇଦେଇଲା।

 

ସୂଚନାଯୋଗ୍ୟ, ମିଆଁମାରର ସରକାରର ସବୁ ପ୍ରମୁଖ ନେତାଙ୍କୁ ଗୃହବନ୍ଦୀ କରିବା ପରେ ଦେଶର ଶାସନ ଭାର ହାତକୁ ନେଇଛି ସେନା। ପ୍ରତିରକ୍ଷା ସେବା ମୁଖ୍ୟ ମିନ ଆଙ୍ଗ ହଳାଇଙ୍ଗଙ୍କ ହାତରେ ଏବେ ସବୁ କ୍ଷମତା ରହିଛି। ରାଷ୍ଟ୍ରପତି ୟୁ ମିଣ୍ଟଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ଘୋଷଣା କରାଯାଇଛି।  ୨୦୨୦ ନଭେମ୍ବର ନିର୍ବାଚନରେ ଏନଏଲଡି ପାର୍ଟି ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ସେନା ଅଭିଯୋଗ କରିଥିଲା। ତେଣୁ, ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ବି ଥିଲା। ସୋମବାର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ହେଲେ ଏହାପୂର୍ବରୁ ସେନା ପାର୍ଟିର ବଡ଼ ନେତାମାନଙ୍କୁ ଗିରଫ କରିନେଇଛି। ମିଆଁମାରର ସାମ୍ପ୍ରତିକ ସ୍ଥିତିକୁ ନେଇ ଜାତିସଂଘ ସମେତ ଆମେରିକା, ଅଷ୍ଟ୍ରେଲିଆ ଓ ଅନ୍ୟ ବହୁ ରାଷ୍ଟ୍ର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

Latest Posts

Don't Miss