ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଯିବା ଘଟଣା; ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ

ଭୁବନେଶ୍ୱର: ଧର୍ମ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ ବାଧ୍ୟ କରାଯିବା ଘଟଣା । ଲଭ ଜିହାଦର ଗୁମର କଥା ବଖାଣିଲା ଅଭିଯୁକ୍ତ ସମୀର ମନସୁର । ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ରଖିଥିଲା ଶାରିରୀକ ସମ୍ପର୍କ। ସମୀର ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲା ଯୁବତୀଙ୍କ ଭିଡିଓ। ତେବେ ଏହି ଭିଡିଓକୁ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଚିଠି ଲେଖିବ କମିଶନରେଟ ପୋଲିସ ।
ସେପଟେ ଅଭିଯୁକ୍ତର ମେଡିକାଲ ଯାଞ୍ଚ ଶେଷ ହୋଇଛି। ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।