ସ୍ୱାମୀ ନଥିଲା ବେଳେ ଏମିତି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଯୌତୁକ ପାଇଁ ନବବଧୂକୁ ଜାଳିଲେ ଶାଶୂଘର ଲୋକ । ସ୍ୱାମୀ ନ ଥିଲା ବେଳେ କିରୋସିନରେ ଢାଳି ଜାଳିଲେ ଶାଶୂ, ଶ୍ୱଶୂର, ଦିଅର ଓ ନଣନ୍ଦ । ମୃତ୍ୟୁମୁଖର ବଞ୍ଚିଯାଇଛନ୍ତି, ହେଲେ ପୋଡ଼ିଯାଇଛି ଶରୀରର ୮୦ ପ୍ରତିଶତ । ଏଭଳି ଘଟଣାକୁ ନେଇ କେନ୍ଦ୍ରାପଡ଼ା ବାରଦିଆ ଗାଁରେ ତୀବ୍ର ପ୍ରତିକ୍ରିୟା । କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା ରଶ୍ମିତା ।
୨୦୧୮ ଜୁନ ମାସରେ ବାରଦିଆ ଗାଁର ବୈଲୋଚନଙ୍କ ସହ ହୋଇଥିଲା ବାହାଘର । ରଶ୍ମିତାଙ୍କ ଘର ରାଜନଗର ଥାନା ଧନେଶ୍ୱରପୁରରେ । ଜାଳିବା ପୂର୍ବରୁ ଅନେକ ଥର ଯୌତୁକ ପାଇଁ ନିର୍ଯାତନା ସହିଛନ୍ତି ରଶ୍ମିତା । ତେବେ ରଶ୍ମିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ରାଜନଗର ଥାନାରେ ଅଭିଯୋଗ ପରେ ଶାଶୂ ଭାରତୀ ଦାସ, ଶ୍ୱଶୂର ବିକ୍ରମ ଦାସ ଓ ନଣନ୍ଦଙ୍କୁ ଗିରଫ କରିଛି ପୋଲିସ ।