spot_img

Latest Posts

ମହିଳା ସଂରକ୍ଷଣ ବିଲ୍ ନେଇ BJDର ଆଭିମୁଖ୍ୟ ସ୍ପଷ୍ଟ

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍ ନେଇ ବିଜୁ ଜନତା ଦଳର ଆଭିମୁଖ୍ୟ ସ୍ପଷ୍ଟ। ସଂରକ୍ଷଣ ବ୍ୟବସ୍ଥା ନଥାଇ ବି ଦଳ ପକ୍ଷରୁ ଏକ ତୃତୀୟାଂଶ ମହିଳାଙ୍କୁ ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ପୂର୍ବରୁ ଦଳ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ଦାବି କରିଆସୁଛି  । ସଂସଦରେ ମଧ୍ୟ ଏ ନେଇ ବାରମ୍ବାର ଦାବି ଉଠାଇଛି ବିଜେଡି। ଏପରିକି ଦେଶ ସାରା ବୁଲି ବୁଲି ବିଭିନ୍ନ ଦଳର ମୁଖିଆମାନଙ୍କୁ ଭେଟି ସହଯୋଗ ଲୋଡିଛି  । ବିଲକୁ ଉପରାଷ୍ଟ୍ରପତି ଯଦି ସମର୍ଥନ କରୁଛନ୍ତି, ଦେଶରେ ଏହାକୁ ନେଇ ସହମତି ହେବ। ମହିଳା ସଂରକ୍ଷଣ ବିଲ ଦୀର୍ଘ ଦିନ ହେବ ପଡିରହିଛି। ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ସବୁଠୁ ଆଗରେ ରହିବ।

ବିଜେଡି ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛି। ଏହି ପ୍ରସଙ୍ଗରେ ବିଜେଡିର ପ୍ରସ୍ତାବକୁ ସବୁ ରାଜନୈତିକ ଦଳ ଏକପ୍ରକାର ସମର୍ଥନ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଧି ବ୍ୟବସ୍ଥା ଭିତରେ ସଂରକ୍ଷଣ ବିଲ ଆସି ସଂସଦରେ ଗୃହୀତ ହେବ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ୨୦୧୦ ମସିହାରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ ହୋଇଥିଲେ ବି ଲୋକସଭାରେ ପାରିତ ହୋଇପାରିନଥିଲା। ଗତ ସୋମବାର ସଂସଦରେ ମହିଳା ଆବଶ୍ୟକ ପ୍ରତିନିଧିତ୍ବ ଖୁବ୍ ଶୀଘ୍ର ପାଇବେ ବୋଲି ଉପରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ କହିଥଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବୟାନ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।

Latest Posts

Don't Miss