ପୁରୁଷ ବନ୍ଧୁଙ୍କ ସହ ହେଲା ପାଟିତୁଣ୍ଡ, ନଦୀକୁ ଡେଇଁପଡିଲେ ଯୁବତୀ

ସମ୍ବଲପୁର: କୁଚିଣ୍ଡାରେ ଅଘଟଣ । ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । କୁଚିଣ୍ଡା ସଇଡା ଭେଡେନ ନଦୀକୁ ଡେଇଁଲେ ଯୁବତୀ । ପୁରୁଷ ବନ୍ଧୁଙ୍କ ସହିତ ଝଗଡ଼ା ପରେ ଯୁବତୀ ଜଣକ ନଦୀକୁ ଡେଇଁ ପଡିଥିଲେ ।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି କୁଚିଣ୍ଡା ପୋଲିସ । ତେବେ ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।