ପାରଳାଖେମୁଣ୍ଡି ମେଡିକାଲରେ ଡାକ୍ତରଙ୍କୁ ମାଡ ମାରିଲେ ମହିଳା

ଗଜପତି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ଯ ଚିକିତ୍ସା କେନ୍ଦ୍ରରେ ଅଭାବନୀୟ ଘଟଣା । ଡାକ୍ତରଙ୍କୁ ମାଡ ମାରିଲେ ମହିଳା । ୨୦୨୩ ଫେବୃଆରୀ ମାସରେ ସୁଜ୍ଞାନୀ ଗମାଙ୍ଗଙ୍କ ଝିଅ ସୌଦାମିନୀ ରଇତଙ୍କ ମୃତ୍ଯୁ ମାମଲାକୁ ନେଇ ବିବାଦ ଦେଖାଦେଇଛି । ସୌଦାମିନୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ଯୁ ହୋଇଥିଲା । ଯାହାକୁ ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ବୋଲି ସୂଚନା ଦେଇଥିଲା ପୋଲିସ। ପୋଷ୍ଟମର୍ଟମ ରିପୋର୍ଟରେ ବି ଦୌଡ଼ି ଦେଇ ମୃତ୍ୟୁ ହୋଇଥିବା ଡାକ୍ତର ଦର୍ଶାଇଥିଲେ। ହେଲେ ଏହା ଆତ୍ମହତ୍ୟା ନୁହଁ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ ପରିବାର । ଏନେଇ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ପରେ କ୍ରାଇମବ୍ରାଞ୍ଚ କେସଟିକୁ ହାତକୁ ନେଇଥିଲା । ବତ୍ତର୍ମାନ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। କିନ୍ତୁ ଆଜି ମୃତ ଛାତ୍ରୀ ସୌଦାମିନିଙ୍କ ମାଁ ସୁଜ୍ଞାନି ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଡ୍ୟୁଟିରେ ଥିବା ଡାକ୍ତର ରସ୍ମୀରଞ୍ଜନଙ୍କୁ ନିଜ ଝିଅର ଶବ ବ୍ୟବଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ପରେ ସେ ଧସ୍ତାଧସ୍ତି କରିଥିଲେ ଡାକ୍ତର ମିଶ୍ର ପତିରୋଧ କରିବାରୁ ହଠାତ୍ ତାଙ୍କୁ ଜୋତାରେ ମାଡ ମାରିଥିଲେ । ଘଟଣା ସମ୍ବନ୍ଧରେ ହସ୍ପିଟାଲ କର୍ତ୍ତୁପକ୍ଷ ପାରଳାଖେମୁଣ୍ଡି ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।