‘ବୁଢ଼ୀ ମା’ର କାହାଣୀ

1 min read

ମାଆ ହେବାର ସ୍ବପ୍ନ ପୂରଣ ହେବ । ବୟସ ଯାହାବି ହେଉନା କାହିଁକି ସେ ମାଆ ହେବେ । ଏଭଳି ଏକ ଜିଦ୍ ପାଇଁ ସେ ଆଜି ମାଆ ହୋଇପାରିଛନ୍ତି । ତାଙ୍କ ବୟସ ଶୁଣିଲେ ଆପଣ ଚମକି ଉଠିବେ । ହଁ ସେ ୭୫ ବର୍ଷର ବୃଦ୍ଧା । କିନ୍ତୁ ମାତୃତ୍ବର ଅନାବିଳ ପ୍ରେମ ତାଙ୍କୁ ଯୁବତୀ ସଜେଇ ଦେଇଛି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏଭଳି ଏକ ଚମତକାରିତା ଦେଖିବାକୁ ମିଳିଛି  । ସବୁଠୁ ବୟସ୍କ ମହିଳା ଭାବେ,ରାଜସ୍ଥାନ କୋଟାର ଜଣେ ୭୫ ବର୍ଷର ବୃଦ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି  । ଏକ ଘରୋଇ ହସ୍ପିଟାଲରେ ମହିଳା ଜଣକ IVF ପଦ୍ଧତିରେ କନ୍ୟା ସନ୍ତାନକୁ ଜନ୍ମ କରିଛନ୍ତି  । ଜନ୍ମ ହେବା ପରେ ଶିଶୁଟିର ସ୍ୱାସ୍ଥାବସ୍ଥା ଜଟିଳ ଥିବାରୁ ଭେଣ୍ଟିଲେଟରରେ ରଖାଯାଇଛି  ।

ଡା. ଅଭିଳାଷ କିଙ୍କରଙ୍କ କହିବା ଅନୁସାରେ, ୭୫ ବର୍ଷର ଏହି ମହିଳା ଜଣକ ପ୍ରି-ମାଚ୍ୟୁଅର ଶିଶୁ ଜନ୍ମ ଦେଇଛନ୍ତି । ଶିଶୁକୁ ଜନ୍ମ ଦେବା ପରେ ମା’ର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିଲା । ପ୍ରସବ ପରେ ମାର ଗୋଟିଏ ଯକୃତ୍ କାମ କରୁ ନଥିବା ସୂଚନା ମିଳିଥିଲା । ପ୍ରସବ ପରେ ମା ଓ ଶିଶୁର ସ୍ୱାସ୍ଥ୍ୟ ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି  ।

ଶିଶୁକୁ ଜନ୍ମ ଦେଇଥିବା ମହିଳା ଜଣକ ନିଜ ସହରରେ ଥିବା ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଜନ୍ମିତ ଶିଶୁଟି ସେହି ସହରର ଅନ୍ୟ ଏକ ହସ୍ପିଟାଲର NICU ଚିକିତ୍ସିତ ହେଉଛି । ')}

Leave a Reply