ବିକାଶର ନକ୍ସାରେ ପଶ୍ଚିମ ଓଡ଼ିଶା, WODCକୁ ୩୨୫ କୋଟି ଅନୁଦାନ
1 min readଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ । ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅସମ୍ପୂର୍ଣ୍ଣ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥିପାଇଁ ଚଳିତ ବର୍ଷ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରୋଜେକ୍ଟ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ଵାନ କରିଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ୍ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ବର୍ଣ୍ଣନା କରିଥିଲେ ।
ପରିଷଦ ବୈଠକରେ ମାନ୍ୟବର ସାଂସଦ / ବିଧାୟକ / ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପର ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା । WODC ଅନୁଦାନ ପ୍ରାପ୍ତ କମ୍ୟୁନିଟି ସେଣ୍ଟର୍ସ / କଲ୍ୟାଣ ମଣ୍ଡପଗୁଡିକର 1147 ନମ୍ବର ପୂରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା , ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା ।
ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ WODC ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ପରିଷଦର ଅନୁଦାନ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲ୍ଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ |