କଙ୍ଗନାଙ୍କୁ ପଦ୍ମଶ୍ରୀ ଫେରେଇବାକୁ କଂଗ୍ରେସର ଦାବି

1 min read

ବଲିଉଡର କଣ୍ଟୋଭର୍ସି କୁଇନ କଙ୍ଗନା ରଣାୱତଙ୍କର ବିବାଦୀୟ ବୟାନ । ବୟାନକୁ ନେଇ ସମାଲୋଚନା ଘେରରେ କଙ୍ଗନା । ଗତକାଲି ବିଜେପି ସାଂସଦ ବରୁଣ ଗାନ୍ଧୀ କଙ୍ଗନାଙ୍କୁ ଦେଶଦ୍ରୋହୀ କହିଥିବା ବେଳେ ଆଜି ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଆନନ୍ଦ ଶର୍ମାଙ୍କ ଟାର୍ଗେଟରେ କଙ୍ଗନା ।  କଙ୍ଗନାଙ୍କ ବିବାଦୀୟ ବୟାନ ନେଇ ପଦ୍ମଶ୍ରୀ ଫେରେଇବାକୁ ଦାବି କଲା କଂଗ୍ରେସ ।

ସୂଚନା ଅନୁସାରେ, କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ କଙ୍ଗନା କହିଥିଲେଯେ, “ରାଣୀ ଲକ୍ଷ୍ମୀବାଇ, ସାବରକର, ସୁଭାସ ଚନ୍ଦ୍ର ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଜାଣିଥିଲେଯେ ଦେଶରେ ସ୍ୱାଧୀନତା ଆଣିବା ପାଇଁ ଦେଶରେ ରକ୍ତ ବୋହିବା ନିଶ୍ଚିତ । କିନ୍ତୁ ଏହା ଜାଣିରଖ ହିନ୍ଦୁ-ହିନ୍ଦୁର ରକ୍ତ ବୁହାଇବା ଉଚିତ୍ ନୁହଁ । ସେ ସ୍ୱାଧୀନତା ପାଇଁ ଏ ତ୍ୟାଗ ଦେଇଥିଲେ ସତ । ମାତ୍ର ତାହା ସ୍ୱାଧୀନତା ନଥିଲା । ମୋ ମତରେ ତାହା ଭିକ ଥିଲା ।” ସେ ଏହା ମଧ୍ୟ କହିଥିଲେଯେ ଦେଶ ୨୦୧୪ ପରେ ଅର୍ଥାତ୍ ମୋଦିଙ୍କ ଆଗମନ ପରେ ହିଁ ସ୍ୱାଧୀନତା ପାଇଲା । କଙ୍ଗନାଙ୍କର ଏଭଳି ବିବାଦୀୟ ବୟାନକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କଙ୍ଗନାଙ୍କର ଏହି ବୟାନକୁ ବରୁଣ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, କଙ୍ଗନା କେତେବେଳେ ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷଙ୍କ ବଳିଦାନକୁ ଅପମାନ କରୁଛନ୍ତି ତ କେତେବେଳେ ହତ୍ୟାକାରୀଙ୍କୁ ସମ୍ମାନ ଦେଉଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କୁ ତିରସ୍କାର କରାଯାଉଛି । ଏଭଳି ମହିଳାଙ୍କୁ ପାଗଳ କୁହାଯିବ ନା ଦେଶଦ୍ରୋହୀ ?

ଏଥିସହ ଅକାଳି ଦଳର ବରିଷ୍ଠ ନେତା ମନଜିନ୍ଦର ସିଂ ସିର୍ସା ମଧ୍ୟ ତାଙ୍କୁ ଟ୍ୱିଟରରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମଣିକର୍ଣ୍ଣିକା ଭଳି ଲକ୍ଷ୍ମୀବାଇଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ୱୀଧୀନତାକୁ ଭିକ ବୋଲି କହିବା ଉଚିତ୍ ନୁହେଁ । ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ସହୀଦରେ ମିଳିଥିବା ସ୍ୱାଧୀନତାକୁ ଭିକ ବୋଲି କହୁଥିବା କଙ୍ଗନା ବୋଧହୁଏ ଦେବାଳିଆ ।

 

 

Leave a Reply