ମୁଖ୍ୟ ସଚିବଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବାକୁ ଚିଠି ଲେଖିଲେ ମମତା, କହିଲେ ଏହା ଏକପାକ୍ଷିଆ ନିଷ୍ପତ୍ତି
1 min read
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। କାରଣ ବନ୍ଦୋପାଧ୍ୟୟଙ୍କ ଦିଲ୍ଲୀ ଗସ୍ତରେ ଲାଗିଛି ରୋକ । ଆଉ ରାଜ୍ୟ ଓ କେନ୍ଦ୍ର ଫଶି ଯାଇଛନ୍ତି ବାନ୍ଦୋପାଧ୍ୟାୟ । ଅଲପନ ବନ୍ଦୋପାଧ୍ୟୟଙ୍କୁ ମେ ୩୧ ଅର୍ଥାତ୍ ଆଜି ସକାଳ ୧୦ ଟା ପୂର୍ବରୁ ଦିଲ୍ଲୀରେ ରିପୋର୍ଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବନ୍ଦୋପାଧ୍ୟାୟ ସେଠାରେ ରିପୋର୍ଟ କରିବା ବଦଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କେନ୍ଦ୍ରକୁ ଏକ ଚିଠି ପଠାଇଛନ୍ତି । ଆଉ ସେ ଚିଠି ମାଧ୍ୟମରେ ମମତା ଲେଖିଛନ୍ତି ଯେ, ଏଭଳି କଠିନ ସମୟରେ ପଶ୍ଚିମବଙ୍ଗ ସରକାର ତାଙ୍କର ମୁଖ୍ୟ ସଚିବଙ୍କୁ ମୁକ୍ତ କରିପାରିବେ ନାହିଁ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମମତାଙ୍କ ଏହି ନିଷ୍ପତ୍ତି ପରେ DoPT ବିଭାଗ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରି ଯେଉଁ ପତ୍ରରେ ମମତା ଲେଖିଛନ୍ତି ସେଥିରେ ଲେଖାଯାଇଛି ଯେ, ଆଲାପାନ୍ ବାନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀର ରିପୋର୍ଟ କରିବାର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଉଚିତ୍। ଏବଂ ମମତା କହିଛନ୍ତି ଯେ, କେନ୍ଦ୍ରର ଏହି ‘ଏକପାଖିଆ’ ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବନ୍ଦୋପାଧ୍ୟାୟଙ୍କୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଚିଠିରେ କଣ ଲେଖିଛନ୍ତି ମମତା ?
ମମତା ବାନାର୍ଜୀ ଏହି ଚିଠିରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଏଭଳି କଷ୍ଟ ସମୟରେ ତାହାର ମୁଖ୍ୟ ସଚିବଙ୍କୁ ମୁକ୍ତ କରିପାରିବେ ନାହିଁ । ମମତା କେନ୍ଦ୍ରକୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶକୁ ପୁନର୍ବିଚାର ଏବଂ ବାତିଲ କରିବାକୁ ଅନୁରୋଧ କରିଛନ୍ତି । ଶନିବାର ଦିନ ମମତା କହିଥିଲେ, “ତାଙ୍କର (ଆଲାପାନ୍ ବାନ୍ଦୋପାଧ୍ୟାୟ) ଭୁଲ୍ କ’ଣ? ମୁଖ୍ୟ ଶାସନ ସଚିବ ଭାବରେ ମୋତେ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ। ବନ୍ଦୋପାଧ୍ୟାୟଙ୍କୁ କାହିଁକି ହଇରାଣ କରାଯାଉଛି ? ସେ ଦିନରାତି କାର୍ଯ୍ୟ କରୁଥିବା ଜଣେ ସଚ୍ଚୋଟ ବ୍ୟକ୍ତି। ”
ସୂଚନାଯୋଗ୍ୟ ଯେ, ବନ୍ଦୋପାଧ୍ୟାୟଙ୍କ କାର୍ଯ୍ଯକାଳ ଆଜି ଅର୍ଥାତ୍ ୩୧ମେ ସରିବାର ଥିଲା କିନ୍ତୁ ଏହାର କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବନ୍ଦୋପାଧ୍ୟୟଙ୍କ କାର୍ଯ୍ୟକାଳ ଆଉ ୩ମାସ ବୃଦ୍ଧି କରାଇଛନ୍ତି । ତେବେ ଏଭଳି ପରିସ୍ଥିତରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଏବେ ପଦାରେ ପଡ଼ିଛି ।