ରାମାୟଣ 2.0 : ମୃତ୍ୟୁଲୋକରେ ରାବଣ , ରବିବାରଠାରୁ ପୁଣି ଫେରିବ ‘ଉତ୍ତର ରାମାୟଣ’

1 min read

ନୂଆଦିଲ୍ଲୀ: କରୋନା ହାରିନି ହେଲେ ରାବଣ ମରିଯାଇଛି । ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରେ ବାନ୍ଧି ରଖିବାକୁ ଦୂରଦର୍ଶନ ପକ୍ଷରୁ ପ୍ରସାରିତ ହୋଇଥିବା ରାମାୟଣ ସିରିୟଲରେ ରାବଣ ବଦ୍ଧ ସରିଛି । । କିନ୍ତୁ ଏଯାଏ ସରିନି ଲକ୍‌ଡାଉନ୍ ଅବଧି । ବରଂ ଏହାକୁ ମେ’ ୩ ତାରିଖକୁ ବୃଦ୍ଧି କରାଯାଇଛି । ଏଭଳି ସମୟରେ ରାମାୟଣ ଓ ମହାଭାରତ ସିରିୟଲ୍‌କୁ ମିଳିଥିବା ଅପାର ସଫଳତାକୁ ନଜରରେ ରଖି ଉତ୍ତର ରାମୟଣର ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛି ଦୂରଦର୍ଶନ  ।  ଉତ୍ତର ରାମାୟଣ ୧୯୮୮ ମସିହାରେ ପ୍ରସାରିତ ହୋଇଥିଲା । ଯେଉଁଥିରେ ସୀତାଙ୍କ ବନବାସ ଓ ଲବକୁଶଙ୍କ କାହାଣୀ କୁହାଯାଇଥିଲା ।  ରାମାନନ୍ଦ ସାଗର ଉତ୍ତର ରାମାୟଣର ନିର୍ଦ୍ଦେଶନା ଦେଇଥିଲା ।

ଦିନେ ରାମାୟଣ,ମହାଭାରତ ଦେଖିବା ପାଇଁ ଦେଶରେ ଅଘୋଷିତ ଲକଡାଉନ୍ ଲାଗୁ ହେଉଥିଲା । ଏବେ ଲକଡାଉନରେ ଲୋକ ଯେମିତି ଘରେ ରହିବେ ସେଥିପାଇଁ ଦୁରଦର୍ଶନ ତାର ପୁରୁଣା ସିରିଜ ସବୁ ପୁନଃପ୍ରସାରଣ କରୁଛି । ଏହି କ୍ରମରେ ରାମାୟଣ ସହ ମହାଭାରତ ଓ ଶକ୍ତିମାନର ମଧ୍ୟ ପୁନଃ ପ୍ରସାରଣ ଆରମ୍ଭ ହୋଇଥିଲା । ଏବେ ରାମାୟଣ ସରିବା ପରେ ପ୍ରସାର ଭାରତୀ ଉତ୍ତର ରାମାୟଣ ପ୍ରସାରଣ ପାଇଁ ଅଣ୍ଟା ଭିଡିଛି ।

ପ୍ରସାର ଭାରତୀର ସିଇଓ ଏ ନେଇ ସୋସିଆଲ୍‌ ମିଡିଆରେ  ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲୋକଙ୍କ ମଧ୍ୟରେ ରାମାୟଣ ଏବଂ ମହାଭାରତର ବଢ଼ୁଥିବା ଲୋକପ୍ରିୟତାକୁ ନଜରରେ ରଖି  ଉତ୍ତର ରାମାୟଣର ପୁନଃ ପ୍ରସାରଣ କରିବାକୁ ନିର୍ଣ୍ଣୟ ନିଆଯାଇଛି ।

ଶନିବାର ରାମାୟଣ ସରିବା ପରେ ରବିବାର ସକାଳୁ ଏହାର ରିପିଟ ଟେଲିକାଷ୍ଟ ହେବ । ଏବଂ ରବିବାର ରାତିରେ ଉତ୍ତର ରାମାୟଣ ବା ଲବ-କୁଶର ପ୍ରସାରଣ ଆରମ୍ଭ ହେବ । ଅର୍ଥାତ ଉତ୍ତର ରାମାୟଣ ଦୂରଦର୍ଶନରେ ଏପ୍ରିଲ ୧୯ ତାରିଖ ରାତି ୯ଟାରୁ ପ୍ରସାରଣ ଆରମ୍ଭ ହେବ । ଏବଂ ତା’ ପର ସକାଳ ୯ଟାରେ ଏହାର ରିପିଟ ଟେଲିକାଷ୍ଟ ହେବ  ।

ପ୍ରସାର ଭାରତୀର ସିଇଓ ଶେଖର ସୋସିଆଲ୍‌ ମିଡିଆରେ ଏ ସମ୍ପର୍କରେ ସୂଚିତ କରି କହିଛନ୍ତି ଯେ, ଏହାର ଏପିସୋଡ କେବଳ ରାତିରେ ହିଁ ପ୍ରସାରିତ ହେବ । ସକାଳୁ ଏହାର ରିପିଟ ଟେଲିକାଷ୍ଟ କରାଯିବ ।   ଉତ୍ତର ରାମାୟଣ ମୋଟ ୩୯ ଏପିସୋଡର ରହିବ ।  ଏଥିରେ ସୀତା ମାତାଙ୍କ ରାଜମହଲରୁ ବନବାସ ଯିବାର କାହାଣୀ ଦେଖାଯିବ । ଏଥିରେ ମଧ୍ୟ ରାମାୟଣର ଅଭିନୟ କରିଥିବା କଳାକାରଙ୍କୁ ଦେଖିବାକୁ ମିଳିବ । ଲବ-କୁଶଙ୍କ ଭୂମିକାରେ ସ୍ପପ୍ନିଲ୍ ଯୋଶୀ ଏବଂ ମୟୂରେଶ କ୍ଷତନ୍ଦ୍ରେଙ୍କୁ ଦେଖିବାକୁ ମିଳିବ । ତେବେ ରାମାୟଣ ଏବଂ ମହାଭାରତର ଟିଆରପି ଏ ଯାଏଁ ସମସ୍ତ ରେକର୍ଡ ଭାଙ୍ଗିଛି, ଯେଉଁଥିରୁ ଏହି ପୌରାଣିକ କାର୍ଯ୍ୟକ୍ରମର ଲୋକପ୍ରିୟତା ସ୍ପଷ୍ଟ ଅନୁମେୟ ।

Leave a Reply