୨୪ ଘଣ୍ଟାରେ ୫୪ ହଜାର ୪୪ ଜଣ ସଂକ୍ରମିତ ଚିହ୍ନଟ: ୭୧୭ ଜଣଙ୍କ ମୃତ୍ୟୁ
1 min readନୂଆଦିଲ୍ଲୀ: କମୁଛି କରୋନାର ପ୍ରଭାବ । ସାରା ଦେଶରେ ଗୋଟିଏ ଦିନରେ ୫୪ ହଜାର ୪୪ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ଦିନକରେ ୭୧୭ ଜଣକ ଜୀବନ ନେଇଛି ଭୂତାଣୁ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି ପାଇଛି । ସେହିଭଳି ଆକଟିଭ୍ କେସ୍ ରହିଛି ୭ ଲକ୍ଷ ୪୦ ହଜାର ୯୦ ଓ ସୁସ୍ଥ ସଂଖ୍ୟା ହେଉଛି ୬୭ ଲକ୍ଷ ୯୫ ହଜାର ୧୦୩ ।
With 54,044 new #COVID19 infections, India's total cases surge to 76,51,108. With 717 new deaths, toll mounts to 1,15,914
Total active cases are 7,40,090 after a decrease of 8448 in last 24 hrs
Total cured/migrated cases are 67,95,103 with 61,775 new discharges in last 24 hrs pic.twitter.com/LzVPOx7XjI
— ANI (@ANI) October 21, 2020
ଦେଶରେ କରୋନା ମୁତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ ଛୁଇଁଛି । ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ଆରୋଗ୍ୟ ହାର ବଢିଛି ଓ ମୃତ୍ୟୁ ହାର କମିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।