ଆହୁରି ବଢ଼ିବ ଶୀତ, ୧୩ ଡ଼ିଗ୍ରୀ ତଳେ ରାଜ୍ୟର ୧୦ ସହର

1 min read

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ୧୩ ଡ଼ିଗ୍ରୀ ତାପମାତ୍ରା ତଳେ ରାଜ୍ୟର ୧୦ଟି ସହର ରହିଛି । ଏହାସହ ୮.୨ ଡିଗ୍ରୀ ସହ ଝାରସୁଗୁଡା ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି । ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଏହା ସହ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ସେପଟେ ଅସହ୍ୟ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଦିନକୁ ଦିନ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି । ୧୦ ଡିଗ୍ରୀ ତଳକୁ ଖସିଛି ସହରର ତାପମାତ୍ରା । ସକାଳୁ ସକାଳୁ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଆଇଁବା ସହିତ ଚା ଦୋକାନରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି ।

Leave a Reply