୧୦ ଡିଗ୍ରୀ ତଳେ ୧୦ଟି ସ୍ଥାନ, ଆହୁରି ୫ ଦିନ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ଡିଗ୍ରୀ ତଳେ ରହିଛି  ୧୦ଟି ସ୍ଥାନ । ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରୀ ତାରମାତ୍ରା ୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ, ଝାରସୁଗୁଡାରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ସୋନପୁରରେ ୮.୬ ଡିଗ୍ରୀ, ସୁନ୍ଦରଗଡରେ ୯ ଡିଗ୍ରୀ, ଦାରିଙ୍ଗବାଡି ୯ ଡିଗ୍ରୀ , ବୌଦ୍ଧ ୯ ଡିଗ୍ରୀ, ବାରିପଦା ୯.୬ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ରାତ୍ରୀ ତାପମାତ୍ରା ୧୩.୮ ଡିଗ୍ରୀ ଥିବାବେଳେ କଟକରେ ୧୨ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି । ଆହୁରି ୪ ରୁ ୫ ଦିନ ଶୀତ ଲହରୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି ।

ଝାରସୁଗୁଡା ଏବଂ ବଲାଙ୍ଗୀର ରେ ତୀବ୍ର ଶୀତ ଲହରୀ ଜାରି ରହିଛି । ଏହାସହିତ ଚାନ୍ଦବାଲି, ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ, ଜି.ଉଦୟଗିରି, ବାରିପଦାରେ ମଧ୍ୟ ୪ ରୁ ୫ ଦିନ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଞ୍ଚଳିତ ପାଣିପାଗ ବିଭାଗ ସୂଚନା ଦେଇଛି ।

 

Leave a Reply