ଗତ ୨୪ ଘଣ୍ଟାରେ ସୋନପୁର, ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ସହ ଘନ କୁହୁଡ଼ି । ଗତ ୨୪ ଘଣ୍ଟାରେ ସୋନପୁର ୭.୬ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି । ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହା ସହ ଆଭ୍ୟନ୍ତରଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖା ଦେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲାରେ ବଢୁଛି ଶୀତର ରାଜୁତି । ଲଗାତାର ଭାବେ ପାରଦ ହ୍ରାସ ପାଇ ଶୀତ ବଢିବାରେ ଲାଗିଛି। ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ସକାଳ ୮ଟା ଯାଏଁ ରାସ୍ତାଘାଟ ଖାଁ ଖାଁ ରହୁଥିବା ବେଳେ ଚା ଖଟିରେ ଲୋକଙ୍କ ଗହଳି ଜମୁଛି । ଜିଲ୍ଲାରେ ଶୀତ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମାନସ ରଞ୍ଜନ ତ୍ରିପାଠୀ ।

Leave a Reply