ନଭେମ୍ବର ୧୮ରୁ ସଂସଦର ଶୀତ ଅଧିବେଶନ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସମ୍ଭାବନା

1 min read

ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସଂସଦୀୟ ବ୍ୟାପାରର କ୍ୟାବିନେଟ୍ କମିଟି ଅଧିବେଶନ ନେଇ ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଥିଲେ । ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ମାନ୍ଦାବସ୍ଥାରୁ ମୁକିଳିବା ପାଇଁ କେନ୍ଦ୍ର ସରକାର କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ଶୀତ ଅଧିବେଶନରେ କେନ୍ଦ୍ର ସରକାର ନାଗରିକ (ସଂଶୋଧନ) ବିଲ୍ ଆଗତ କରିପାରନ୍ତି । ଏହି ବିଲ୍ ଜରିଆରେ ଏନଆରସିରୁ ବାଦ୍ ପଡ଼ିଥିବା ବ୍ୟକ୍ତି ଭାରତର ନାଗରିକତ୍ୱ ପାଇପାରିବେ । ବିଗତ ୨ ବର୍ଷ ଧରି ସଂସଦର ଶୀତ ଅଧିବେଶନ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଜାନୁଆରୀ ପ୍ରଥମ ସପ୍ତାହରେ ଶେଷ ହେଉଥିଲା।

')}

Leave a Reply