ବିଧାନସଭା ସ୍ୱାଭାବିକ ଚାହୁଁଛି ଶାସକ ଦଳ

ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ଆଜି ବିଧାନସଭା ସ୍ବାଭାବିକ ହେବ କି ନାହିଁ । ତାକୁ ନେଇ ଉଠିଛି ପ୍ରଶ୍ନ । ବିରୋଧୀ ଅସହଯୋଗ କରୁଥିବାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିଜେପି ଓ କଂଗ୍ରେସ ଏକ ହୋଇ ଗୃହରେ ଅଭିନବ ଉପାୟରେ ହଟଗୋଳ କରୁଥିବାରୁ ଗୃହକୁ ବାରମ୍ବାର ମୁଲତବୀ କରୁଛନ୍ତି ବାଚସ୍ପତି ।

ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହେବ । ତେବେ ଶାସକ ଦଳ ଗୃହକୁ ସ୍ବାଭାବିକ ଭାବେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି । ଆଜି ବିଧାନସଭାରେ ଗରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ଗୃହ, ଅର୍ଥ, ସ୍ବାସ୍ଥ୍ୟ, ଅବକାରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସାଧାରଣ ପ୍ରଶାସନ, ଖଣି ଓ ଓ୍ବାର୍କସ ଡିପାର୍ଟମେଣ୍ଟର ପ୍ରଶ୍ନକାଳ ରହିଛି ।

Leave a Reply