spot_img

Latest Posts

କରୋନା ନା ଚାଷୀ, କାହା ଭୟରେ ବନ୍ଦ ହେଲା ଶୀତକାଳୀନ ଅଧିବେଶନ?

ନୂଆଦିଲ୍ଲୀ: ଚଳିତବର୍ଷ ସଂସଦରେ ହେବନାହିଁ ଶୀତକାଳୀନ ଅଧିବେଶନ। ଗତ ସେପ୍ଟେମ୍ବରରେ କରୋନା ସଂକ୍ରମଣ ସାରାଦେଶରେ ଲଗାତାର ବଢୁଥବା ବେଳେ ସଂସଦରେ ମୌସୁମୀ ଅଧିବେଶନ ବସିଥିଲା। ହେଲେ ଏବେ ସଂକ୍ରମଣ ତଳମୁହା ହୋଇଥିବା ବେଳେ ଦିଲ୍ଲୀସ୍ଥିତି ବି ସୁଧୁରୁଛି। କିନ୍ତୁ କରୋନା ଆଳରେ ସଂସଦର ଶୀତକାଳିନ ଅଧିବେଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଅଧିବେଶନ ସମ୍ପର୍କରେ ଜାଣିବାକୁ ପୂର୍ବରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ। ତାହାର ଉତ୍ତର ରଖି ଯୋଶୀ କହିଛନ୍ତି, ‘ଦିଲ୍ଲୀରେ କରୋନା ସ୍ଥିତି ଭଲନାହିଁ। ତେଣୁ ଏଭଳି ସ୍ଥିତିରେ ଶୀତକାଳିନ ଅଧିବେଶନ ଅନୁଷ୍ଠିତ ହେବା ସମ୍ଭବ ନୁହେଁ। ଆସନ୍ତା କିଛିଦିନ ମଧ୍ୟରେ କରୋନା ଟିକା ମିଳିବ, ତେଣୁ ସେ ପର୍ଯ୍ୟନ୍ତ ସମସ୍ତେ ସାବଧାନ ରହିବା ଆବଶ୍ୟକ। ହେଲେ ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବାରୁ ଆସନ୍ତା ଜାନୁଆରୀରେ ବଜେଟ୍‌ ଅଧିବେଶନ ବସିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।’

ଅନ୍ୟପଟେ ଶୀତ ଅଧିବେଶନ ବାତିଲ ନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଯୋଶୀ କହିଛନ୍ତି। କରୋନା ମହାମାରୀ, ଟିକା, ନୁଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଆଦି ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି, ଯାହା ଭୟରେ ଶୀତକାଳିନ ଅଧବେଶନ ବାତିଲ କରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Latest Posts

Don't Miss