ଶୀତରେ ଥରୁଛି ସାରା ଓଡ଼ିଶା

1 min read

ଭୁବନେଶ୍ବର: କାଲୁଆ ଶୀତରେ ଥରୁଛି ଓଡ଼ିଶା । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ହ୍ରାସ ହେବା ପରେ ଶୀତ ବଢିବାରେ ଲାଗିଛି । କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜ୍ୟର ୨୨ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି ।

ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗବାଡି । ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚମ ଓ ଉତ୍ତର ଦିଗରୁ ଥଣ୍ଡା ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢିବାରେ ଲାଗିଛି । ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପରିମାଣ ବଢିବ । ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ହୋଇଛି ।

Leave a Reply