କମୁଛି ତାପମାତ୍ରା, ଓଡ଼ିଶାରେ ଅନୁଭୂତ ହେଲାଣି ଶୀତ

ଭୁବନେଶ୍ୱର: ଫେରିଗଲା ମୌସୁମୀ ଆସିଲା ଶୀତ । ଉତ୍ତର ଦିଗରୁ ଓଡ଼ିଶାକୁ ମାଡି ଆସୁଛି ପବନ । ଉପାନ୍ତରୁ ଉପକୂଳ ସବୁଠି କମିଲାଣି ତାପମାତ୍ରା । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫ ଦଶମିକ ୮ଡିଗ୍ରୀ ରହିଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୧୨ଡିଗ୍ରୀକୁ ଖସିଛି ତାପମାତ୍ରା । ଗତ ୨୪ଘଣ୍ଟା ଭିତରେ ରାଜ୍ୟର ୧୧ ଟି ସ୍ଥାନରେ ୨୦ଡିଗ୍ରୀ ତଳେ ରହିଛି ତାପମାତ୍ରା ।

ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୧୨ରୁ ୧୯ଡିଗ୍ରୀ ମଧ୍ୟରେ ରହିବ । ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା ୨୧ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗକୁ ଉଭୟ ଦିନ ଓ ରାତିର ତାପମାତ୍ରା ୧ରୁ ୨ଡିଗ୍ରୀ କମିବା ସମ୍ଭାବନା ରହିଛି ।

Leave a Reply