ହିମାଳୟ ପାଦ ଦେଶରେ ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା

Winter Artist Camp And Workshop 2021 In Foothills Of Himalaya

ଧର୍ମଶାଳା: ଘଞ୍ଚ ଅରଣ୍ୟ ସବୁଜ ବନାନୀ, ପଛକୁ ରହିଛି ବିସ୍ତୀର୍ଣ୍ଣ ବରଫ ପାହାଡ଼ । ପ୍ରକୃତିର ଏଭଳି ମନୋରମ ପରିବେଶ ହିମାଚଳ ପ୍ରଦେଶର ହିମାଳୟ ପାଦ ଦେଶ । ହିମାଚଳର କାଙ୍ଗଡ଼ା ଜିଲ୍ଲାର ଭାଗସୁନାଗର ପ୍ରାକୃତିକ ପରିବେଶରେ ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ଉଦଘାଟିତ ହୋଇଛି । ପ୍ରକୃତି କୋଳରେ ଚିତ୍ରଶିଳ୍ପୀ ଆଙ୍କୁଛନ୍ତି ଭଳିକି ଭଳି ଛବି । ତୂଳୀରେ ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ସାଧୁସନ୍ଥ ଆଉ ପ୍ରକୃତିର ବିସ୍ମୟକର ଛବି ସବୁ ଅଙ୍କିତ ହୋଇଛି ।

Winter Artist Camp And Workshop 2021 In Foothills Of Himalaya

ବୁଧବାର ଠାରୁ ଆରମ୍ଭ ହୋଇଥିବା ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ୧୩ ତାରିଖ ଯାଏ ୪ ଦିନ ଧରି ଚାଲିବ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୮ ଜଣ ଜଣାଶୁଣା ଚିତ୍ରଶିଳ୍ପୀ ଯୋଗ ଦଇଛନ୍ତି । ଭାଗସୁନାଗ ସହ କାଙ୍ଗଡ଼ା, ଡେଲହାଉସ୍ ଓ ଖାଜିରାର ପ୍ରାକୃତିକ ମନୋରମ ପରିବେଶ କୋଳରେ ଛବି ଆଙ୍କିବେ ଚିତ୍ରଶିଳ୍ପୀ । ପ୍ରଥମ ଦିନରେ ପ୍ରକୃତିର କୋଳରେ ଅଙ୍କିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକଳା ବେଶ ନିଆରା ହୋଇଛି । ତୂଳୀରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ହିମାଳୟର ପାଦଦେଶରେ ।

Winter Artist Camp And Workshop 2021 In Foothills Of Himalaya

ଭାଗସୁନାଗ ଠାରେ କର୍ମଶାଳାକୁ କାଙ୍ଗଡ଼ା ସଂଗ୍ରାହଳୟର ବରିଷ୍ଠ ଚିତ୍ରଶିଳ୍ପୀ ଧନୀରାମ୍ ଖୁସଦୀଲ୍ ଏବଂ ପ୍ରଖାତ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ୍ ଓ ବାଲେଶ୍ୱରର ବରିଷ୍ଠ ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁ ଉଦଘାଟନ କରିଛନ୍ତି । ଏଥିରେ ନୂଆଦିଲ୍ଲୀ, କୋଲକାତା, ଜାମସେଦପୁର, ଗ୍ୱାଲିୟର୍, ରାଜସ୍ଥାନ, ଓଡ଼ିଶା ଓ ହିମାଚଳ ପ୍ରଦେଶରୁ ୧୮ ଜଣ ଚିତ୍ରଶିଳ୍ପୀ  ଯୋଗ ଦେଇଛନ୍ତି । ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ପ୍ରକୃତି ଓ ଶ୍ରୀଜଗନ୍ନାଥଙ୍କୁ ଋଦ୍ଧିମନ୍ତ କରିବା । ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ମୁକ୍ତିପଦ ନନ୍ଦି ଓ ଅରବିନ୍ଦ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply