spot_img

Latest Posts

ଇରାନରେ ଉପରେ ହେବ କି ବଡ଼ଧରଣର ଆକ୍ସନ ; ଆଜି ଟ୍ରମ୍ପ ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଇରାନରେ ପ୍ରବେଶ କରିବ ଆମେରିକା ସେନା ନା ହେବ ସିକ୍ରେଟ ଅପରେସନ।ଆଜିର ବୈଠକରେ ହୋଇପାରେ ଫାଇନାଲ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ। ପ୍ରମୁଖ ଅଧିକାରୀଙ୍କ ସହ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ ରାଷ୍ଟ୍ରପତି ଟ୍ରମ୍ପ। ଇରାନର କାର୍ଯ୍ୟକଳାପ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ବୈଠକରେ ଆଲୋଚନା ହୋଇପାରେ। ଆନ୍ଦୋଳନକାରୀଙ୍କ ବିରୋଧରେ ଇରାନ ସରକାର ନେଉଥିବା କଠୋର ପଦକ୍ଷେପ ବିରୋଧରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ। ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥଙ୍କ ସହ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଜେନେରାଲ ଡେନ କେନ୍ ସାମିଲ ହେବେ।  ଏଥିରେ ଇରାନ ଉପରେ ସାଇବର ଅସ୍ତ୍ରଶସ୍ତ୍ର ବ୍ୟବହାର, ନୂତନ ପ୍ରତିବନ୍ଧକ, ସୈନ୍ୟ ଅପରେସନ କିମ୍ବା ଇରାନ ବିରୋଧରେ ସମର୍ଥନ ବଢାଇବା ନେଇ ବିକଳ୍ପ ଉପରେ ଆଲୋନଚା ହୋଇପାରେ। ପୂର୍ବରୁ ଇରାନ ଶାସନକୁ କଡ଼ା ଚେତାବନୀ ଦେଇସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ ଇରାନ ବିରୋଧୀ ଶକ୍ତିଗୁଡିକୁ ମଜଭୁତ କରିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିପାରନ୍ତ ଟ୍ରମ୍ପ। ଏହା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ଆମେ କିଛି ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ ଚିନ୍ତା କରୁଛି। ଯଦି ଆମେରିକା ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଏ ତେବେ ଏମିତି ଜବାବ ଦିଆଯିବ ଯେପରିକି ଇରାନ କେବେ ଚିନ୍ତା କରିନଥିବ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।

 

 

Latest Posts

Don't Miss