spot_img

Latest Posts

ସେଞ୍ଚୁରି ମାରିବ କି ଟଙ୍କା ; ଟଙ୍କାର ମୂଲ୍ୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି 

ନନ୍ଦିଘୋଷ ବ୍ୟୁରୋ : ସେଞ୍ଚୁରି ମାରିବ କି ଟଙ୍କା। ରେକର୍ଡ ସ୍ତରକୁ ଖସିଲା ଟଙ୍କାର ମୂଲ୍ୟ  । ଡଲାର ତୁଳନାରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆଜି ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ଅଛି ୯୦ ଟଙ୍କା ୧୩ ପଇସା । ପ୍ରଥମ ଥର ପାଇଁ ଏହା ୯୦ ପାର୍ କରିଛି। ଗତକାଲି ଏହା ୮୯.୮୭୪ ଟଙ୍କାରେ ପହଞ୍ଚିଛି। ମାର୍କେଟ ଏକ୍ସପର୍ଟଙ୍କ ଅନୁସାରେ ଦିନକୁ ଦିନ ଡଲାର ଶକ୍ତିଶାଳୀ ହେଉଛି ଏବଂ ଦୁର୍ବଳ ହେଉଛି ଟଙ୍କା। ଅକ୍ଟୋବରରେ ଟ୍ରେଡ୍ ସେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ  ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ନେଇ ବିଶ୍ଵ ବଜାରରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଛି। ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି, ଏହି ଧାରା ଆଗକୁ ବି ବଜାୟ ରହିବ। ଟଙ୍କା ମୂଲ୍ୟ ଆହୁରି ହ୍ରାସ ଘଟିବ। ଏପରିକି ଆମେରିକା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟି ୧୦୦ ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

 

Latest Posts

Don't Miss