ପ୍ରିୟଙ୍କାଙ୍କୁ ଭେଟିଲେ ସାକ୍ଷୀ ମଲ୍ଲିକ

ନୂଆଦିଲ୍ଲୀ: ରେସଲିଂରୁ ଅବସର ଘୋଷଣା କରିଥିବାବେଳେ ସାକ୍ଷୀ ମଲ୍ଲିକ ରାଜନୀତି ମଇଦାନରେ ପାଦ ଦେବେ କି? ନୂଆ କ୍ୟାରିୟର ଆରମ୍ଭ କରିବେ କି? ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ଏହି ଭେଟଘାଟ ପରେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଶୁକ୍ରବାର ସାକ୍ଷୀଙ୍କ ସହ ବଜରଙ୍ଗ ପୁନିଆ ମଧ୍ୟ ପ୍ରିୟଙ୍କାଙ୍କୁ ଭେଟି କିଛି ଆଲୋଚନା କରିଥିଲେ । ସେପଟେ ବ୍ରିଜଭୂଷଣଙ୍କ ନାମରେ ରେସଲରମାନେ ଅଭିଯୋଗ ଆଣିଥିବାବେଳେ ଦୀର୍ଘଦିନ ଧରି ଏହି ବିବାଦ ଲାଗି ରହିଥିବାବେଳେ ନିକଟରେ ସଞ୍ଜୟ ସିଂ ଅଧ୍ୟକ୍ଷ ହୋଇଛନ୍ତି । ସାକ୍ଷୀ କହିଛନ୍ତି କି, ଆମେ ସରକାରଙ୍କ ସହ ଆଲୋଚନାବେଳେ କଥା ହୋଇଥିଲୁ କି, ଜଣେ ମହିଳାଙ୍କୁ ଦାୟିତ୍ବ ଦେବାକୁ ମାତ୍ର ବ୍ରଜି୍ ଭୂଷଣଙ୍କ ନିକଟତମ ବନ୍ଧୁଙ୍କୁ ଏହି ଦାୟିତ୍ବ ଦେବା ଆମକୁ ପୁଣିଥରେ କଷ୍ଟ ଦେଇଛି । ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଫେରାଇ ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବା ପରେ ଚର୍ଚ୍ଚା ହେଉଛି କି, ସାକ୍ଷୀ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି । କିନ୍ତୁ ଏହାକୁ ସିଧାସଳଖ ମନା କରିଛନ୍ତି ସାକ୍ଷୀ । ସେ କହିଛନ୍ତି କି, ଏବେ ଚିନ୍ତା କରିନାହିଁ । ମାତ୍ର ସମୟ ଆସିଲେ ନିର୍ବାଚନ ଲଢ଼ିପାରେ । ଆମ ପ୍ରତି ହୋଇଥିବା ଅନ୍ୟାୟକୁ ଏବେ ପର୍ଯ୍ୟନ୍ତ ଭୁଲି ପାରୁନୁ । ଆମକୁ ନ୍ୟାୟ ମିଳିନାହିଁ । ଏହାସହ ସେ କହିଛନ୍ତି କି, ଆମେ ପ୍ରିୟଙ୍କାଙ୍କ ସହ ଆଲୋଚନା କରିଥିବାବେଳେ ସେ ସାନ୍ତ୍ବନା ଦେଇଛନ୍ତି ।