ପିସିସି ସଭାପତି ସାଙ୍ଗକୁ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ଦାବି

ଭୁବନେଶ୍ୱର: ପୁଣି ଜୋର ଧରିଲା ପିସିସି ପରିବର୍ତ୍ତନ ଦାବି । ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଏନେଇ ଅସନ୍ତୋଷ ପ୍ରକାଶ କରାଯିବ । ତାରା କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ ।

ଏହାସହ ଯଦି ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକଙ୍କ ସହ ଆଲୋଚନା କରି କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ସେହିପରି ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ ।

କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି କହିଛନ୍ତି ସାଲୁଜା । ପୂର୍ବରୁ ନିରଞ୍ଜନ ପଟ୍ଟନାୟକ କହିଥିଲେ, ୨୦୧୯ରୁ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ କାହିଁକି ପରିବର୍ତ୍ତନ ହେଉନାହିଁ, ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ନିରଞ୍ଜନ ।