ପାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଇସ୍ତଫା ପାଇଁ ଚାପ, ସେନା ଦେଲା ସମୟସୀମା

1 min read
Will Pakistan PM Imran Khan Resign As Deadline Set By Pak Army

ଇସଲାମାବାଦ: ଗାଦିରୁ ହଟିବେ ଇମ୍ରାନ । ଚାପ ପକାଉଛି ସେନା । ପାକିସ୍ତାନରେ ବର୍ଦ୍ଧିତ ଦରଦାମ୍ ସହ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବିବ୍ରତ ଇମ୍ରାନ ଖାନଙ୍କ ପାଇଁ ପୁଣି ବିପଦ ଘନେଇଛି । ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ଲାଗି କହିଛନ୍ତି ପାକିସ୍ତାନ ସେନା ପ୍ରମୁଖ ଜାୱେଦ ବାଜୱା । ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ, ଓଆଇସି-ଏଫଏମ୍ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଇମ୍ରାନ ଖାନକୁ କହିଛି ପାକିସ୍ତାନୀ ସେନା ।

 Will Pakistan PM Imran Khan Resign As Deadline Set By Pak Army

ଅନ୍ୟପଟେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ ଇ ଇନସାଫ ଟ୍ରମ୍ପ କାର୍ଡ ଖେଳି ବାଜୱାଙ୍କୁ ମନାଇବାକୁ ପ୍ରୟାସ କରି ବିଫଳ ହୋଇଛି । ସୂଚନା ଅନୁସାରେ, ପୂର୍ବତନ ସେନା ପ୍ରମୁଖ ଜେନେରାଲ୍ ରାହିଲ ଶରିଫ ସେନା ସହ ଇମ୍ରାନଙ୍କ ପକ୍ଷରୁ ମଧ୍ୟସ୍ଥତା ପାଇଁ ପ୍ରୟାସ କରି ଫେଲ୍ ହୋଇଛନ୍ତି । କୁହାଯାଉଛି ଇମ୍ରାନଙ୍କ କହିବା ଅନୁସାରେ ହିଁ, ଜେନେରାଲ୍ ଶରିଫ ଜେନେରାଲ୍ ବାଜୱାଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ । କିନ୍ତୁ ସେ ସେନା ପ୍ରମୁଖଙ୍କୁ ମନେଇ ପାରି ନାହାନ୍ତି ।

 Will Pakistan PM Imran Khan Resign As Deadline Set By Pak Army

ଆସନ୍ତାକାଲି ପାକିସ୍ତାନ ସଂସଦରେ ବିରୋଧୀ ଏକଜୁଟ୍ ହୋଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଆଣିବେ । ବିରୋଧୀ ଆଶା ରଖିଛନ୍ତି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସଂସଦର ଅଧ୍ୟକ୍ଷ ଅନୁମତି ଦେବେ । ଯଦି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ ନ କରନ୍ତି ତ ବିରୋଧୀ ସଂସଦରେ ରାତି ତମାମ୍ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ଓ ୨୩ରେ ଓଆଇସି ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ରହିଛି । ଯଦି ସୋମବାର ସଂସଦ ଅଧ୍ୟକ୍ଷ ଅନାସ୍ଥାକୁ ଗ୍ରହଣ କରନ୍ତି ତ ମାର୍ଚ୍ଚ ୨୮ ତାରିଖରେ ସଂସଦରେ ଭୋଟିଂ ହେବ ।

 Will Pakistan PM Imran Khan Resign As Deadline Set By Pak Army

ଲଗାତାର ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପାକିସ୍ତାନ ପାଇଁ ହିତକର ନୁହେଁ ବୋଲି ସେନା ଭାବୁଛି । ଯେଉଁଥିପାଇଁ ଇମ୍ରାନ ତୁରନ୍ତ ପଦ ଛାଡ଼ିଦେବା ଉଚିତ୍ ବୋଲି ସେନା ଚାହୁଁଛି । ଗମ୍ଭୀର ଆର୍ଥିକ ସଂକଟରେ ପାକିସ୍ତାନ ଡୁବି ରହିଛି । ଅନ୍ୟପଟେ ୟୁକ୍ରେନ୍ ସଂକଟକୁ ନେଇ ଆମେରିକା ଓ ୟୁରୋପୀୟ ସଂଘ ବିପକ୍ଷରେ ଇମ୍ରାନ ଦେଉଥିବା ମନ୍ତବ୍ୟକୁ ପାକିସ୍ତାନୀ ସେନା ହଜମ କରିପାରୁ ନାହିଁ ।

 Will Pakistan PM Imran Khan Resign As Deadline Set By Pak Army

ପାକିସ୍ତାନୀ ସେନା ଦ୍ୱାରା ଆୟୋଜିତ ଓଆଇସି ସମ୍ମିଳନୀ ପରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯିବା ପରେ ବିରୋଧୀ ଶିବିରରେ ରାଜନୈତିକ ଗତିବିଧ ଜୋର୍ ହୋଇଛି । ଅନ୍ୟପଟେ ଇସଲାମାବାଦରେ ଆଲୋଚନା ହେଉଛି ସେନା ପ୍ରମୁଖ ବାଜୱାଙ୍କୁ ବିଦା କରିପାରନ୍ତି ଇମ୍ରାନ୍ ଖାନ । କାରଣ ୧୯୭୨ରେ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜୁଲଫିକାର ଅଲି ଭୁଟ୍ଟୋ କାର୍ଯ୍ୟକାରୀ ସେନା ପ୍ରମୁଖ ଜେନେରାଲ୍ ଗୁଲ୍ ହସନ ଖାନ ଓ ବାୟୁ ସେନା ମୁଖ୍ୟ ଏୟାର ମାର୍ଶଲ ଅବଦୁଲ୍ ରହିମ ଖାନଙ୍କୁ ଚାକିରିରୁ ବିଦା କରିଥିଲେ । ତେବେ ବାଜୱାଙ୍କ କ୍ଷେତ୍ରରେ ଏ ଆଶଙ୍କା କମ୍ । କାରଣ ଏବେର ସେନା ମୁଖ୍ୟ ବାଜୱା ରାଜନୀତି ଠାରୁ ବେଶ୍ ଦୂରତା ରକ୍ଷା କରି ରହିଛନ୍ତି ।