ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୟୁଟର୍ଣ୍ଣ, ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ଇମ୍ଫାଲ: ମଣିପୁରରେ ହାଇଡ୍ରାମା । ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୟୁଟର୍ଣ୍ଣ । ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତେ ଏନ୍. ବିରେନ ସିଂ । କିନ୍ତୁ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ଇସ୍ତଫାକୁ ବିରୋଧ କରିଥିଲେ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କଠାରୁ ଇସ୍ତଫା ପତ୍ର ଛଡ଼ାଇ ଆଣି ଚିରିଦେଲେ ସମର୍ଥକ । ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବାକୁ ଯାଉଥିଲେ ବିରେନ ସିଂ ।

ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିଲେ । କିନ୍ତୁ ସମର୍ଥକମାନେ ଇସ୍ତଫା ପତ୍ର ଚିରି ଦେବା ପରେ ଆଗକୁ କ’ଣ ହେବ ତାହା ଏବେ ଚର୍ଚ୍ଚାର ବିଷୟ । ଗତ ୫୯ ଦିନ ଧରି ମଣିପୁର ଜଳୁଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ସରକାର ଶାନ୍ତି ଫେରାଇ ଆଣିବାରେ ଫେଲ ମାରିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି କରିଆସୁଛନ୍ତି ।