ଇମ୍ରାନଙ୍କ ଗାଦି ଟଳମଳ: ସରକାରରେ ରହିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଇମ୍ରାନ

1 min read

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଗ୍ନି ପରୀକ୍ଷା । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର ୩୦ ସାଂସଦ ଇମ୍ରାନଙ୍କ ବିରୋଧରେ ଅଟଳ ଥିବା ସତ୍ତ୍ୱେ ଇମ୍ରାନ ବିଚଳିତ ହୋଇପଡ଼ିଛନ୍ତି । ସେପଟେ ନିଜ ଦଳର ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଇମ୍ରାନଙ୍କ ଉଦ୍ୟମ ବିଫଳ ହୋଇଛି । ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସାଂସଦମାନଙ୍କୁ ଅଯୋଗ୍ୟ କରିବା ପ୍ରସଙ୍ଗରେ ସହମତି ନ ଥିବା ସୂଚନା ମିଳିଛି ।

ଅନ୍ୟପଟେ ବିଦ୍ରୋହୀ ସାଂସଦଙ୍କ ବିରୋଧରେ ଧାରା ୬୩-ଏ ଲଗାଇବା ସହ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ତେହରିକ-ଇ-ଇନସାଫ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ଏହି ସୂଚନା ଦେଇଛନ୍ତି କୋର୍ଟ । ସେପଟେ ଇମ୍ରାନ କହିଛନ୍ତି, ସେ ଶେଷ ଯାଏ ସଂଗ୍ରାମ କରିବେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାର୍ଯ୍ୟ ନିହାତି କରିବେ ।

ପିଏମଏଲ-କ୍ୟୁ, ଏମକ୍ୟୁଏମ-ପି ଓ ବାଲୋଚିସ୍ତାନ ଆୱାମି ପାର୍ଟି ଉପରେ ଇମ୍ରାନଙ୍କ ଭବିଷ୍ୟତ ନିର୍ଭର କରୁଛି । ଯଦି ଏହି ତିନି ଦଳ ସମର୍ଥନ ନ କରନ୍ତି ତେବେ ସରକାର ତିଷ୍ଠିବା କଷ୍ଟକର ହେବ । ଯଦିଓ ଇମ୍ରାନ କେଉଁ କେଉଁ ଦଳର ସାଂସଦମାନଙ୍କ ଉପରେ ନିର୍ଭର କରୁଛନ୍ତି ତାହାର ସୂଚନା ମିଳିପାରିନାହିଁ ।