ଗାଙ୍ଗୁଲି ହୋଇପାରନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

1 min read

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରାତିଅଧିଆ ନାଟକୀୟ ଢଙ୍ଗରେ ବିସିସିଆଇର ସଭାପତି କରାଯିବା ପରେ ଏବେ ବହୁ ଆଲୋଚନା ସାମ୍ନାକୁ ଆସିଲାଣି। ମାତ୍ର ୧୦ ମାସ ପାଇଁ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରାଇ ତାଙ୍କର ମେକ୍‌ ଓଭର କରିବାକୁ ବିଜେପି ପ୍ରୟାସ କରୁଥିବା ରାଜନୀତିକ ଦଳର ନେତା ମନ୍ତବ୍ୟ ଦେଉଛନ୍ତି। ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏଥିରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବାକୁ ହେଲେ ବିଜେପିକୁ ଜଣେ ପ୍ରଭାବଶାଳୀ ଚିହ୍ନା ଚେହେରାର ଆବଶ୍ୟକତା ରହିଛି। ସାରା ରାଜ୍ୟରେ ଯେଉଁ ବ୍ୟକ୍ତିଙ୍କର ପରିଚିତି ଓ ପ୍ରସିଦ୍ଧି ରହିଥିବ ତାଙ୍କୁ ରାଜ୍ୟବାସୀ ଗ୍ରହଣ କରିବେ ବୋଲି ଏକ ଧାରଣା ରହିଛି । ସେ ଦୃଷ୍ଟିରୁ ବର୍ତମାନ ସମୟରେ ଗାଙ୍ଗୁଲି ହିଁ ବିଜେପି ପାଖରେ ଏକମାତ୍ର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି । ଖାସ୍‌ ସେହି କାରଣରୁ ୬୫ ବର୍ଷର ବିସିସିଆଇ ଇତିହାସରେ ପ୍ରଥମକରି ଜଣେ କ୍ରିକେଟରଙ୍କୁ ଏହାର ବସ୍‌ ଭାବେ ଉପସ୍ଥାପନ କରାଯାଇଛି। ଏବେ ବିଜେପିର ଏହି ଭିତିରିଆ ଯୋଜନାକୁ ନେଇ ସବୁଠି ଆରମ୍ଭ ହେଲାଣି ଆଲୋଚନା।…

')}

Leave a Reply