ଆଜି ଇସ୍ତଫା ଦେଇପାରନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !

ଦିଲ୍ଲୀ:  ଆଜି ଇସ୍ତଫା ଦେଇପାରନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅପରାହ୍ନ ସାଢେ ଚାରିଟାରେ ଉପରାଜ୍ଯପାଳଙ୍କୁ ଭେଟିବାକୁ ସେ ସମୟ ନେଇଥିବା ଜଣାପଡ଼ିଛି । ଏଣୁ ଉପରାଜ୍ଯପାଳଙ୍କୁ ଭେଟି କେଜ୍ରିୱାଲ ଇସ୍ତଫା ଦେବାର ଅଧିକ ସମ୍ଭାବନା ରହିଛି । ଅନ୍ଯପଟେ ଆଜି ବସିବ ଆପ୍ ବିଧାୟକ ଦଳ ବୈଠକ । ଦିନ ୧୧ଟାରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ପରବର୍ତ୍ତୀ ନେତା ବଛାଯାଇପାରନ୍ତି ।

ନୂଆ ମୁଖ୍ଯମନ୍ତ୍ରୀଙ୍କ ନାଁରେ ବୈଠକରେ ନିଷ୍ପତ୍ତି ନିଆଯିବ । ସିଏମ ରେସରେ ସବୁଠାରୁ ଆଗରେ ରହିଛନ୍ତି ମନ୍ତ୍ରୀ ଅତିଶୀ । ସୌରଭ ଭରଦ୍ଵାଜ, କୈଳାସ ଗେହଲଟ, ଗୋପାଳ ରାୟ ଏପରିକି କେଜରିୱାଲଙ୍କ ସ୍ତ୍ରୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରୁ ରବିବାର ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଯେତେଦିନ ଯାଏ ଜନତା ନିଷ୍ପତ୍ତି ନନେଇଛନ୍ତି ସେତେଦିନ ଯାଏ ସେ ମୁଖ୍ଯମନ୍ତ୍ରୀ ପଦରେ ଆସୀନ ହେବେ ନାହିଁ ବୋଲି କେଜ୍ରିୱାଲ କହିଥିଲେ ।