ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ ଦେବ କି ବିଜେଡି ? ଜାଣନ୍ତୁ କ’ଣ କହିଲେ ନବୀନ…  

Will BJD Support Third Front, Know Naveen Patnaik What Said

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ସମୟ ଅଛି । ତା’ପୂର୍ବରୁ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସମସ୍ତଙ୍କ ନଜର ଏନଡିଏ ଓ ୟୁପିଏ ଉପରେ ରହିଛି । କିଏ କାହାକୁ ପ୍ରାର୍ଥୀ କରିବେ ? ସେନେଇ ଏବେ ଯାଏ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ତୃତୀୟ ସାମ୍ମୁଖ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Will BJD Support Third Front, Know Naveen Patnaik What Said

ଜାତୀୟ ଗଣମାଧ୍ୟମକୁ ନବୀନ ଦେଇଥିବା ସାକ୍ଷାତକାର ଅନୁସାରେ, ବିଜେଡି ଉଭୟ ଏନଡିଏ ଓ ୟୁପିଏ ଠାରୁ ସମଦୂରତା ରକ୍ଷା କରିବ । ତେବେ ରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବ ? ଏ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ପ୍ରାର୍ଥୀ ଦେଖି ନିଷ୍ପତ୍ତି ନିଆଯିବ । ଅର୍ଥାତ୍ ଦଳ ପ୍ରାର୍ଥୀ ଦେଖି ନିଷ୍ପତ୍ତି ନେବ ଓ ଭୋଟ୍ ଦେବ । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଜଣାଇଥିଲା ।

ସଂଖ୍ୟା ଗଣିତ ଅନୁସାରେ, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୧.୨ ପ୍ରତିଶତ ଭୋଟ୍ ଅଭାବ ରହିଛି । ସଂସଦର ଉଭୟ ଗୃହରେ ବିଜେଡିର ୨୧ ସାଂସଦ ଅଛନ୍ତି । ଯାହାର ଭୋଟ୍ ସେୟାର ୩.୨୨ ପ୍ରତିଶତ । ଯଦି ବିଜେଡି ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦିଏ ତ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ । ତେବେ ନବୀନ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଆହୁରି ସମୟ ବାକି ଅଛି, ଦଳ ସବୁବେଳେ ଏନଡିଏ ପ୍ରାର୍ଥୀକୁ ସମର୍ଥନ କରିନାହିଁ । ସେହିଭଳି ତୃତୀୟ ସାମ୍ମୁଖ୍ୟକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଦଳ ସବୁବେଳେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ବଜାୟ ରଖିଛି, ରଖିବ ।