ସାରା ରାଜ୍ୟରେ ଲାଗିପାରେ ଲକଡାଉନ୍, ଏପ୍ରିଲ୍ ୨ ଯାଏଁ ସ୍ଥିତି ଉପରେ ନଜର

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବଡ଼ ବୟାନ ଦେଇଛନ୍ତି। ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଜିତ ପାୱାର କହିଛନ୍ତି ଯେ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ମନିଟର କରାଯାଉଛି ।

ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଏହା ଉପରେ ନଜର ରଖାଯିବ। ଯଦି ଲୋକମାନେ କରୋନା ଗାଇଡଲାଇନର ଉଲ୍ଲଂଘନ କରିବା ଜାରି ରଖନ୍ତି ତାହେଲେ ଲକଡାଉନ୍ ଲାଗୁ କରିବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଲ୍, ମାର୍କେଟ, ସିନେମା ହଲ୍ ଆଦି ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ସେହିପରି ୫୦ରୁ ଅଧିକ ଲୋକ ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଏକ କଟକଣା ଜାରି କରିଛନ୍ତି ।

 

ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଅଜିତ ଘୋଷଣା କରିଛନ୍ତି। ଯଦି କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିଚାଲେ ତାହେଲେ ଆଗାମୀ ଶୁକ୍ରବାର ଲକଡାଉନ୍ ନେଇ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ଦେଶରେ ଚିହ୍ନଟ ହେଉଥିବା କରୋନା ମାମଲା ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସୁଛି। ଏହି କାରଣରୁ ମହାରାଷ୍ଟ୍ରରେ ପ୍ରାୟ ଦେଢ ଶହରୁ ଅଧିକ ଜିଲ୍ଲାରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି।

Leave a Reply