ଅଧରାତିରେ ହାତୀ ବୁଲୁଛି ଗାଁ ଦାଣ୍ଡରେ, ଘରେ ଶୁଣ୍ଢ ପୂରାଇ ଭାଙ୍ଗୁଛି ଆସବାବପତ୍ର

Wild elephant destroys household accessories in Sambalpur

ସମ୍ବଲପୁର: ଭାବିଲେ… ଆପଣ ନିଦରେ ଶୋଇଥିବେ । ହଠାତ୍ ଘରର ଜିନିଷପତ୍ର ଭୁସଭାସ ହୋଇ ପଡ଼ିଯିବ । ଆପଣ ଡରିଯିବେ ନିଶ୍ଚୟ । ଡରଠୁ ଆହୁରି ଭୟ, ଛାତି ଭିତରେ ଛନକା ପଶିଯିବ । ଯେତେବେଳେ ନିଦୁଆ ଆଖିରେ ଆପଣଙ୍କ ସାମ୍ନାରେ ଦେଖିବେ ହାତୀ । ହଁ, ଅଧରାତିରେ ଗାଁ ଦାଣ୍ଡରେ ଘୁରୁ ବୁଲୁଛି ଦନ୍ତା ହାତୀ । ମନଇଚ୍ଛା ଯାହା ପାଉଛି ଭାଙ୍ଗୁଛି, ଖାଉଛି । ଲୋକ ଶୋଇଥିବା ମଶାରୀକୁ ବି ଟାଣି ନେଉଛି । ବଣୁଆ ହାତୀଙ୍କ ଏମିତି ଉପଦ୍ରବ ଦେଖିବାକୁ ମିଳିଛି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ।

Elephant Pushed Trunk In Window And Divesting Home Items

ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀ ଏମିତି ଉତ୍ପାତ କରୁଛି । ବିଳମ୍ବିତ ରାତିରେ ବଣୁଆ ହାତୀ ଗାଁକୁ ପଶି ଆସି ଲୋକଙ୍କ ଘରଦ୍ୱାର ଓ ଆସବାବପତ୍ର ଭାଙ୍ଗି କ୍ଷୟକ୍ଷତି ଘଟାଇଛି । ଏପରିକି ଘରେ ଶୋଇଥିବା ବେଳେ ହାତୀ ଶୁଣ୍ଢ ପୂରାଇ ଜିନିଷପତ୍ର କଚାଡ଼ି ଭାଙ୍ଗି ଦେଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

Elephant Pushed Trunk In Window And Divesting Home Items

ହାତୀ ଉପଦ୍ରବ ରୋକିବାକୁ ସମ୍ବଲପୁର ବନବିଭାଗ ସେମିତି କୌଣସି ଠୋସ୍ ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ହାତୀ ଘଉଡ଼ାଇବା ଲାଗି ପଦକ୍ଷେପ ନନେଲେ ଧନ ସହ ଜୀବନ ହାନି ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

Leave a Reply