ଗାଁ କୂଅରେ ଖସିଲା ଜଙ୍ଗଲୀ ବାରହା, ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ବନ ବିଭାଗ

ବାଙ୍କୀ : ବାଙ୍କୀ ଅଞ୍ଚଳରେ ବାରହା ଉପଦ୍ରବ । ବାଙ୍କୀର ଅନେକ ଅଞ୍ଚଳରେ ବାରହା ମାନେ ଫସଲ ନଷ୍ଟ କରୁଥିବା ବେଳେ ଏବେ ଜନବସତି ମୁହାଁ ହେଲେଣି । ସୋମବାର ରାତିରେ ବାଙ୍କୀ ଏନଏସି ୧୩ ନମ୍ବର ୱାର୍ଡର ରଣପୁର ଗାଁରେ ଜଣେ ବ୍ୟକ୍ତିଙ୍କ କୂଅରେ ଗୋଟିଏ ବାରହା ଖସି ପଡ଼ିଥିଲା ।

 

ଗ୍ରାମବାସୀ ଦେଖିବା ପରେ ସ୍ଥାନୀୟ ବନବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୂଅ ଭିତରୁ ବାରହାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି ।