ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ।ଏହି ଜଘନ୍ୟକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗରପଡ଼ା ଗାଁରେ। ଆଜି ସକାଳୁ ଗାଆଁ ଦାଣ୍ଡରେ ସନ୍ତୋଷ ପରାଭୁଏଙ୍କ କ୍ଷତବିକ୍ଷତ ଶରୀର ପଡ଼ିଥିଲା। କିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ପରି ଲାଗୁଛି। ପରିବାରର ଲୋକେ ସନ୍ତୋଷକୁ ଟିଟିଲାଗଡ଼ ହସ୍ପିଟାଲ ଆଣିଥିଲେ । ଡାକ୍ତର ସେଠାରେ ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ଅନୁସାରେ ସନ୍ତୋଷ ଓ ତା ସ୍ତ୍ରୀ ଭବାନୀ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହୋଇଥାଏ। ରାତିରେ ଭବାନୀ ଛୁରୀରେ ଆକ୍ରମଣ କରି ସନ୍ତୋଷକୁ ମାରି ଦେଇଥିବା ପରିବାର ଲୋକେ କହିଛନ୍ତି। ୪ ପୁଅ ଝିଅଙ୍କୁ ଧରି ସେ ଫେରାର ହୋଇ ଯାଇଛିନ୍ତି।