ସ୍ୱାମୀଙ୍କ ପାଇଁ ସୁପାରୀ ଦେବା ମାମଲା: NHRC ଚେୟାର ପର୍ସନ କହି ଟଙ୍କା ଆଦାୟ କରୁଥିଲେ ସ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ସୁପାରୀ ଦେବା ମାମଲା । ଇଲେକ୍ଟ୍ରିକାଲ ଇଂଜିନିୟରଙ୍କ ପତ୍ନୀଙ୍କର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ୨୦୨୦ ମସିହାରେ ନିଜକୁ ଏନଏଚଆରସିର ଚେୟାର ପର୍ସନ କହି ୩ ଲକ୍ଷ ଟଙ୍କା ମାଗୁଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଥିଲା । କେନ୍ଦ୍ର ମାନବ ସମ୍ବଳ ଅଧିକାର କମିଶନଙ୍କ ଲୋଗୋ ଗାଡ଼ିରେ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ଟଙ୍କା ହଡ଼ପ କରୁଥିଲେ । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ।

ଏନେଇ ଅନୁଗୁଳ ଏସପିଙ୍କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଇଞ୍ଜିନିୟର ସ୍ୱାମୀକୁ ହତ୍ୟା ପାଇଁ ସୁପାରୀ ଦେଇଥିବା ସ୍ତ୍ରୀ ଓ ସୁପାରି କିଲରକୁ ଖୋଜୁଛି ପୋଲିସ । ସ୍ୱାମୀର ଅଭିଯୋଗ ଆଧାରରେ ପ୍ରେମିକ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଡ୍ରାଇଭର ପ୍ରେମରେ ପଡିଥିଲେ ରେଲଓ୍ୱେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ । ନିଜ ମଥା ସିନ୍ଦୁର ପୋଛିବା ପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ଅଭିଯୋଗ ।