spot_img

Latest Posts

ସଡ଼କ ଦୁର୍ଘଟଣାରେ ଗୁରୁତର ଓଡ଼ିଆ ପୁଅ, ଓଡିଶା ମୋ ପରିବାରର ସହାୟତା ଲୋଡିଲେ ପତ୍ନୀ

ଭୁବନେଶ୍ୱର: ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ ଗୁରୁତର ଓଡ଼ିଆ ପୁଅ । ଚିକତ୍ସା ପାଇଁ ପରିବାରର ଆକୁଳ ନିବେଦନ । ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ମୋ ପରିବାରର ସହାୟତା ଲୋଡିଛନ୍ତି ସ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପରକୁଳା ଗାଁର ସୁଧିର କୁମାର ମଲ୍ଲୀକ ଅଭାବ ଅନଟନ ପାଇଁ ଆଠ ମାସ ତଳେ ଦିଲ୍ଲୀ ଯାଇଥିଲେ।

ଦିଲ୍ଲୀର ଆନନ୍ଦବିହାର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଚଳିତ ମାସ ୨ ତାରିଖ ସକାଳ ୮ଟାରେ କାର୍ଯ୍ୟ ସ୍ଥଳକୁ ଯାଉଥିବା ବେଳେ ଏକ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସୁଧିରଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ସୁଧିର ଏବେ ଦିଲ୍ଲୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସ୍ବାମୀଙ୍କ ଦୁର୍ଘଟଣା ଖବର ପାଇ ସଂପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ସନ୍ତୋଷିନି ମଲ୍ଲୀକ। ସୁଧିରଙ୍କ ମୁଣ୍ଡରେ ବଡ ଧରଣର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ୧୦ ରୁ ୧୨ ଲକ୍ଷ ଲାଗିବ ବୋଲି କହିଛନ୍ତି ଡାକ୍ତର। ଫଳରେ ପରିବାର ଲୋକେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଓଡିଶା ମୋ ପରିବାରକୁ ସହାୟତା ପାଇଁ ନିବେଦନ କରିଛନ୍ତି।

Latest Posts

Don't Miss