ସ୍ୱାମୀ ଦ୍ୱିତୀୟ ବିବାହ କରିବାରୁ ଘର ଆଗରେ ଧାରଣାରେ ବସିଲା ସ୍ତ୍ରୀ

ବାଲେଶ୍ୱର: ସ୍ୱାମୀକୁ ପାଇବାକୁ ହାଇଦ୍ରାବାଦରୁ ଓଡ଼ିଶା ଆସିଲା ସ୍ତ୍ରୀ। ବେଡିଂ ପତ୍ର ଧରି ସ୍ୱାମୀ ଘର ଆଗରେ ରାତି ଅନିଦ୍ରା ହେଲା ସ୍ତ୍ରୀ। ଘଟଣା ଘଟିଛି ବାଲେଶ୍ୱର ସିଂଲା ଥାନା ବିଶିକାଦେଇପୁରରେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କରିବା ପରେ ଏବେ ପ୍ରଥମ ସ୍ତ୍ରୀ ସ୍ୱାମୀ ଘର ଆଗରେ ଧାରଣା ଦେଇଛି ।

ଗାଁର ବିପ୍ଲବ ମଲ୍ଲିକ ନାମକ ଜଣେ ଯୁବକ ସୁନ୍ଦରଗଡ଼ର ଜଣେ ଯୁବତୀଙ୍କୁ ଭଲପାଇ ଘରୁ ପଳେଇଆସିଥିଲେ। ହାଇଦ୍ରାବାଦର ଘରୋଇ କମ୍ପାନୀରେ କାମ କରି ଦୁଇ ପ୍ରାଣୀ ଚଳୁଥିଲେ । ଲକଡାଉନରେ ଘରକୁ ଆସି ପୁଣି ପ୍ରେମରେ ପଡ଼ିଗଲା ବିପ୍ଲବ। ବିପ୍ଲବ ଆଉ ହାଇଦ୍ରାବାଦ ଫେରିନଥିବାରୁ ପ୍ରଥମ ସ୍ତ୍ରୀ ବିପ୍ଲବର ଘର ଆଗରେ ସ୍ୱାମୀକୁ ପାଇବାକୁ ଦାବି କରୁଛି ସ୍ତ୍ରୀ ।

ତେବେ ପ୍ରଥମ ସ୍ତ୍ରୀ ଆସିବା ଖବର ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀକୁ ଧରି ଚମ୍ପଟ୍‌ ମାରିଛି ବିପ୍ଲବ । ଏନେଇ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply