spot_img

Latest Posts

କରୋନା ଭାଇରସ କବଳରେ ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ସ୍ପେନ: ମହାମାରୀ କରୋନା ଏବେ ବିଜୁଳି ବେଗରେ ଗତି କରୁଛି । ୧୨୦ଟି ଦେଶରେ ବ୍ୟାପୁଥିବା ଏହି ଭାଇରସର ଏଯାଏଁ କୈାଣସି ଉପଚାର ବାହାର କରାଯାଇନାହିଁ । ତେବେ ନିକଟରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା ଗୋମେଜ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂୀଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ସାଞ୍ଚେଜ ଏବଂ ପତ୍ନୀ ଗୋମେଜଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଉଭୟ ସ୍ୱାସ୍ଥ୍ୟ ଅଧିକାରୀ ଦେଇଥିବା ପଦକ୍ଷେପ ଅନୁସରଣ କରୁଛନ୍ତି।

ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ବ୍ୟତୀତ ଆସନ୍ତା ୧୫ ଦିନ ପାଇଁ ଦେଶର ସମସ୍ତ ରାଜ୍ୟର ବାର, ରେଷ୍ଟୁରାଣ୍ଟ, ସିନେମା ହଲ୍, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ସାଞ୍ଚେଜ ଘୋଷଣା କରିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସେନାର ସହାୟତା ମଧ୍ୟ ନିଆଯାଉଛି।

ସ୍ପେନରେ ୫୦ଟି ନୂଆ ରୋଗ ଆସିବା ପରେ ଏହି ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୩୦୦କୁ ବୃଦ୍ଧି ପାଇଛି। ଟ୍ରେନ୍ ଏବଂ ବସ୍ ରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି |

Latest Posts

Don't Miss