୪ ସୁପାରି କିଲର ସହଯୋଗରେ ସ୍ତ୍ରୀକୁ ମାରି ଟାଙ୍ଗୀ ଦେଲା ସ୍ୱାମୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରୁ ବୋହୂର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କଲା ପୋଲିସ । ବୋହୂ ସସ୍ମିତାଙ୍କୁ ତାଙ୍କ ସ୍ୱାମୀ ଏବଂ ୪ ସୁପାରି କିଲର ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଭିତରେ ଝୁଲାଇ ଦେଇଥିବା ପୋଲିସ କହିଛି । ଗତ ଜାନୁଆରୀ ୨୯ ତାରିଖରେ ଶରଣକୁଳ ସୁଆର ସାହିର ଅକ୍ଷି ମହାପାତ୍ରଙ୍କ ପତ୍ନୀ ସସ୍ମିତା ମହାପାତ୍ରଙ୍କ ମୃତଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ମୃତଦେହ ବ୍ୟବଚ୍ଛେଦ ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ସସ୍ମିତାଙ୍କ ସ୍ୱାମୀ ଅକ୍ଷିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏହି କାରଣରୁ ଅକ୍ଷି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଘର ଭିତରେ ଝୁଲାଇ ଦେଇଥିଲେ । ଏହି ଘଟଣାରେ ଅକ୍ଷିକୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବଂ ପରେ ୪ ଜଣ ସୁପାରି କିଲରଙ୍କୁ ଗିରଫ କରିଛି ପୋଲିସ ।

Leave a Reply