ପାରିବାରିକ କଳହରୁ କରୁଣ ପରିଣତି, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୄତ୍ୟୁ

ସମ୍ବଲପୁର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୄତ୍ୟୁ । ଏମିତି ଏକ ଲୋମହର୍ଷଣ କାରୀ ଘଟଣା ଘଟିଛି ସମ୍ବଲପୁର ଜୁଜୁମୁରା ବ୍ଳକର ମେଘପାଳ ପଞ୍ଚାୟତର ଘୁଷୁରିଆବାହାଲ ଗାଁରେ। ଅଭିଯୁକ୍ତ ପତ୍ନୀହନ୍ତା ସ୍ୱାମୀ ହେଉଛନ୍ତି ଉକ୍ତ ଗାଁର ପ୍ରମୋଦ ଭଇଂଷି । ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ପ୍ରମୋଦଙ୍କ ସହ ନିଜ ପତ୍ନୀ ପାର୍ବତୀଙ୍କ କୌଣସି କାରଣରୁ ଯୁକ୍ତିତର୍କ ହୋଇ ଝଗଡ଼ା ହୋଇଥିଲା । ତେବେ ଏଥିରେ ଉତ୍ୟକ୍ତ ହୋଇ ପ୍ରମୋଦ ନିଜ ସ୍ତ୍ରୀ ପାର୍ବତୀଙ୍କ ମରଣାନ୍ତକ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲେ ।

ତେବେ ଆଘାତ ପରେ ପାର୍ବତୀ ଗୁରତର ହୋଇ ତଲେ ପଡ଼ି ଯାଇଥିଲେ । ପରେ ସ୍ତ୍ରୀଙ୍କୁ ସେହି ଅବସ୍ଥାରେ ଛାଡ଼ି ପ୍ରମୋଦ କାମଧନ୍ଦା କରିବାକୁ ବାହାରକୁ ଚାଲି ଯାଇଥିଲା । ପରେ ସ୍ତ୍ରୀ ମୄତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସରେ ଅଭିଯୋଗ ହେଲାପରେ ଜୁଜୁମୁରା ପୋଲିସ ଘଟଣା ସ୍ଥଳରେର ପହଞ୍ଚି ଏକ ମାମଲା ଦାୟର କରି ତଦନ୍ତ ଚଲାଇଛି ।

Leave a Reply