ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ସାପ ଛାଡ଼ିଦେଲେ ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ମେରଟର ନୀଳ ଡ୍ରମ ଘଟଣା ପ୍ରାୟ ସମସ୍ତେ ଜାଣିଥିଲେ । ମୁସ୍କାନ ସ୍ବାମୀଙ୍କ ପ୍ରେମିକ ସହ ମିଶି ଡ୍ରମରେ ରଖିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏବେ ସମାନ ସହଜରରୁ ପୁଣି ଏକ ଘଟଣାର ସାମ୍ନାକୁ ଆସିଛି । ପ୍ରେମିକ ସହ ମିଶି ସ୍ବାମୀଙ୍କ ହତ୍ୟା କରିଛ ସ୍ତ୍ରୀ । ଏଥର କିନ୍ତୁ ମାରିବା ପରେ ନୂଆ ଉପାୟ ଆପଣାଇଛି ସ୍ତ୍ରୀ । ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ମାତ୍ର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତ ମହିଳା ବବିତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
ତେବେ କହି ରଖୁଛୁ କି, ବବିତା ଅମିତଙ୍କୁ ୮ ବର୍ଷ ତେଳେ ପ୍ରେମ ବିବାହ କରିଛନ୍ତି । ସେମାନଙ୍କର ୩ଟି ଛୁଆ ରହିଛି । ଅମିତ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ । ବେଶ ହସ ଖୁସିରେ ପରିବାର ଚଳୁଥିଲା । ମାତ୍ର ଅମିତଙ୍କ ଜଣେ ସାଙ୍ଗଙ୍କ ପ୍ରେମରେ ପଡ଼ିଥିଲେ ବବିତା । ସେମାନେ ଲୁଚି ଲୁଚି ମିଳାମିଶା କରୁଥିଲେ । କିନ୍ତୁ ସେମାନେ ଅମିତଙ୍କୁ ରାସ୍ତାରୁ ହଟାଇବା ପାଇଁ ନୂଆ ଯୋଜନା କରିଥିଲେ । ହଜାରେ ଟଙ୍କାରେ ଏକ ସାପ ଆଣି ହତ୍ୟାକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରିଥିଲେ ।
ହତ୍ୟା ପୂର୍ବଦିନ ନିଜ ପ୍ରେମିକଙ୍କୁ ବବିତା କହିଥିଲେ କି, ଆଜି ହିଁ କାମ ଶେଷ କରିଦେବା । ଆଉ ସେମାନେ ରାତିରେ ଘରେ ଶୋଇଥିବା ଅମିତଙ୍କ ଗଳା କାଟି ହତ୍ୟା କରିଥିଲେ । ଏହାପରେ ତାଙ୍କ ପାଖରେ ସାପକୁ ଛାଡ଼ି ଦେଇଥିଲେ । ମାତ୍ର ସୌଭାଗ୍ୟ ବଶତଃ ସାପ ତାଙ୍କୁ କାମୁଡ଼ି ନଥିଲା । ପରିବାର ଲୋକେ ସକାଳୁ ଦେଖି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସାପ ପୁଅ ପାଖରେ ଦେଖି ପ୍ରଥମେ ସାପକୁ ବାହାରେ ଫେପାଡ଼ି ଦେଇଥିଲେ । ଏହାପରେ ଅମିତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା କି, ସାପ କାମୁଡ଼ି ନାହିଁ ବରଂ ଗଳାକାଟି ହତ୍ୟା କରାଯାଇଛି । ପରେ ପୋଲିସର ତଦନ୍ତରୁ ଜଣା ପଡ଼ିଥିଲା କି, ସେମାନେ କିପରି ଭାବେ ହତ୍ୟା କରିଥିଲେ ।