ସ୍ୱାମୀଙ୍କ ସହ ଝଗଡ଼ାରୁ ଜଲାପୁଟ ଜଳଭଣ୍ଡାରକୁ ଡେଇଁଲେ ସ୍ତ୍ରୀ

ଲମତାପୁଟ: ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ ଅଘଟଣ । ସ୍ୱାମୀଙ୍କ ସାମ୍ନାରେ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା । ଦଶହରା ପୂଜା ସାରି ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ଜଳ ଭଣ୍ଡାରକୁ ସ୍ତ୍ରୀ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ପାଡ଼ୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଖୋଜୋଖାଜି କରୁଛନ୍ତି ।
କୁକୁଡାପକ୍ଷୀ ଗାଁର ପଦ୍ମାଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ସାରି ପୂଜାରିଗୁଡ଼ ଘରକୁ ଫେରୁଥିଲେ । ସେହି ସମୟରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମାଖରା ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ।