ଜିରୋ ନାଇଟ ପାଳିବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

1 min read

ଗଞ୍ଜାମ: ଜିରୋ ନାଇଟ ପାଳିବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ମୟୁରପଦା ଗାଁରେ ଘଟିଛି ଏଭଳି ଘଟଣା । ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ହତାହାତି ହୋଇଥିଲା । ଉତ୍ୟକ୍ତ ଅବସ୍ଥାରେ ସ୍ବାମୀ ମଦପିଇ ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଇଥିଲା । ପାହାନ୍ତିଆ ସମୟରେ ମୃତ ସ୍ତ୍ରୀକୁ ପୋଡ଼ିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ଜାନକୀଙ୍କ ବାପା ଏନେଇ ଥାନାରେ ଏତଲା ଦେଇଛନ୍ତି । ଝିଅକୁ ତାର ସ୍ବାମୀ ବାରମ୍ବାର ଯୌତୁକ ନିର୍ଯାତନା ଦେଇଆସୁଥିବା ସହ ମାରିଦେଇଥିବା ନେଇ କହିଛନ୍ତି ବାପା । ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।