ସହ୍ୟ କରିପାରିଲେନି ସ୍ୱାମୀଙ୍କ ମୃତ୍ୟୁ, କଲେ ଆତ୍ମହତ୍ୟା, ଜାଣନ୍ତୁ ପୁରା କାହାଣୀ

Wife commits suicide after husband's death.

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ମୃତ ବ୍ୟକ୍ତି ଜଣଙ୍କ ନୀର୍ଲିପ୍ତ ଭୋଳ ଓ ସ୍ତ୍ରୀ ସୁଭଦ୍ରା ସ୍ୱାଇଁ । ମୃତ ପ୍ରବାସୀ ଓଡ଼ିଆ ଜଣଙ୍କ ତେଲେଙ୍ଗାନାରେ ରହୁଥିଲେ । ସେମାନଙ୍କ ଗାଁ ଏରସମା ବ୍ଲକ କଟିଜଙ୍ଗା ଗାଁରେ । ମଙ୍ଗଳବାର ଉଭୟ ଜଗତସିଂହପୁର ଏସଭିଏମ୍ କଲେଜରେ ପଞ୍ଜିକରଣ କରି ସ୍ୱାବ ଟେଷ୍ଟିଂ ପାଇଁ ଦେଇଥିଲେ । ଏମାନଙ୍କୁ କଲେଜ କ୍ଵରେଣ୍ଟାଇନରେ ରଖାଯାଇଥିଲା ।

Wife commits suicide after husband's death.

ବିଳମ୍ବିତ ରାତିରେ ସ୍ୱାମୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ରାତାରାତି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଥିଲେ । ହେଲେ ଆଜି ମଧ୍ୟାହ୍ନରେ ସ୍ୱାମୀ ନିର୍ଲିପ୍ତ ଭୋଳଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସ୍ତ୍ରୀ ଯେତେ ଯାହାକୁ ଡାକିଥିଲେ ମଧ୍ୟ କେହି ଆଇସୋଲେସନ ଓ୍ବାର୍ଡ ଭିତରକୁ ଆସିନଥିଲେ । ଦୀର୍ଘ ସମୟ ପରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ୱାମୀର ମୁତ୍ୟୁରେ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା କରିଛନ୍ତି ।

Leave a Reply